ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ଆନାକାପଲ୍ଲୀ ଅଞ୍ଚଳରେ ଥିବା ଏକ ଫାର୍ମା ଫ୍ୟାକ୍ଟ୍ରିରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଅଘଟଣରେ ୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ଜଣ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ଘଟଣାସ୍ଥଳରେ ପହଞ୍ଚିବା ପରେ ପୋଲିସ ନିଆଁ ଲିଭାଇବାକୁ ଚେଷ୍ଟା କରୁଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ଅନେକ ଗାଡି ଉପସ୍ଥିତ ଅଛନ୍ତି। ଉପସ୍ଥିତ ଜନତାଙ୍କୁ ନିୟନ୍ତ୍ରଣ କରାଯାଉଛି ଯାହାଦ୍ୱାରା କେହି ଘଟଣାସ୍ଥଳକୁ ଯାଇପାରିବେ ନାହିଁ।
ଆହତଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା
ସେପଟେ ଆହତମାନଙ୍କୁ ଡାକ୍ତରଖାନା ନେବାକୁ ବ୍ୟବସ୍ଥା କରାଯାଉଛି ଏବଂ ଆନାକାପଲ୍ଲୀ ସହରର ଏନଟିଆର ସରକାରୀ ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ଅଧିକାରୀ କହିଛନ୍ତି। ପୋଲିସ ଅଧିକାରୀ କହିଛନ୍ତି ଯେ ଜିଲ୍ଲା ଅଧିକାରୀ ତଥା ପୋଲିସ ଅଧୀକ୍ଷକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।ଏହି ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସାହି ଫାର୍ମା ପ୍ରାଇଭେଟ ଲିମିଟେଡର ୟୁନିଟ୍-୧ ରେ ଅଗ୍ନିକାଣ୍ଡ ଘଟିଥିବାର ଦେଖାଯାଉଛି । କମ୍ପାନୀର ଜଣେ କର୍ମଚାରୀ କହିଛନ୍ତି କି ରିଆକ୍ଟରରେ ବିସ୍ଫୋରଣ କାରଣରୁ ପ୍ରଥମେ ଏକ ଭୟଙ୍କର ଶବ୍ଦ ହୋଇଥିଲା ଓ ଏହାପରେ ବିସ୍ଫୋରଣର ନିଆଁ ଚାରିଆଡେ ବ୍ୟାପି ଯାଇଥିଲା । ନିଆଁ ଏତେ ଭୟଙ୍କର ଥିଲା କି, ୫ କିଲୋମିଟର ଦୂରରୁ ମଧ୍ୟ ଜଣାପଡ଼ୁଥିଲା । ଓ କାରଖାନା ଅଞ୍ଚଳର ସମ୍ପୂର୍ଣ୍ଣ ଆକାଶ ଧୂଆଁମୟ ହୋଇଯାଇଥିଲା । ଫଳରେ କର୍ମଚାରୀମାନେ କମ୍ପାନୀ ମଧ୍ୟରୁ ବାହାରିବା କଷ୍ଟସାଧ୍ୟ ହୋଇପଡ଼ିଥିଲା । ତେବେ ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରିଛି । ଘଟଣାଟି କିପରି ଘଟିଲା ଏବଂ ପରିଚାଳନା ସଂସ୍ଥା ପକ୍ଷରୁ କୌଣସି ଅବହେଳା କରାଯାଇଛି କି ନାହିଁ ତାହା ଯାଞ୍ଚ କରାଯାଉଛି ।