ଢେଙ୍କାନାଳ ମୂଖ୍ୟଚିକିତ୍ସାଳୟରେ ନିଆଁ

0

(ସୌମ୍ୟ ରଂଜନ ସେଠୀ): ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ପଞ୍ଚମ ମହଲାରେ ଥିବା କ୍ୟାଣ୍ଟିନ୍‌ରେ ଆଜି ନିଆଁ ଲାଗିଯାଇଛି। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ କେମିତି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନି।

ଅଗ୍ନିଶମ ଅଧିକାରୀଙ୍କ କହିବା ଅନୁଯାୟୀ, ଡାକ୍ତରଖାନର କ୍ୟାଣ୍ଟିନ୍‌ରେ କୋଇଲା ଆଞ୍ଚରେ ରୋଷେଇ କରାଯାଉଥିଲା। ଆଉ ଏହି ଷ୍ଟାଫ୍ କ୍ୟାଣ୍ଟିନ୍ ପାଇଁ ଅଗ୍ନିଶମ ବିଭାଗର ଅନୁମତି ନିଆଯାଇ ନାହିଁ। ସେହିପରି ଡାକ୍ତରଖାନାର କ୍ୟାଣ୍ଟିନ୍‌ରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ମଧ୍ୟ ନାହିଁ। ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି, ଅଗ୍ନିନିର୍ବାପକ ବ୍ୟବସ୍ଥା କରାଯାଉଛି।