ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ତେଜସ ଏକ୍ସପ୍ରେସ ଇଞ୍ଜିନରେ ଲାଗିଛି ନିଆଁ

0

ବାଲେଶ୍ୱର-: ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ୨୨୮୧୧ ତେଜସ ଏକ୍ସପ୍ରେସରେ ଲାଗିଛି ନିଆଁ । ବସ୍ତା ଦକ୍ଷିଣ କ୍ୟାବିନ ରେଳ ଫାଟକ ନିକଟରେ ବାଲେଶ୍ୱର ପଟରୁ ହାଓ୍ବଡା ଅଭିମୁଖେ ଆସୁଥିବା ତେଜସ ଏକ୍ସପ୍ରେସ ଇଞ୍ଜିନ ଉପରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ତେବେ ଟ୍ରେନ ଡ୍ରାଇଭର ସୁରକ୍ଷିତ ଭାବେ ଟ୍ରେନଟିକୁ ଫାଟକ ନିକଟରେ ଅଟକାଇ ଫାଟକ ପାଖରେ ଥିବା ରେଳ ବିଭାଗର ରୁମ୍‌କୁ ଯାଇ କଣ୍ଟ୍ରୋଲରୁମକୁ ଦୁର୍ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଅଦ୍ୟାବଧି ଟ୍ରେନଟି ଘଟଣାସ୍ଥଳରେ ଅଟକ ଥିବା ବେଳେ ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ।