ଗୋଧ୍ରା ଯାଉଥିବା ମେମୁ ଟ୍ରେନରେ ଲାଗିଲା ନିଆଁ : ଅଳ୍ପକେ ବର୍ତ୍ତିଛନ୍ତି ଯାତ୍ରୀ

0

ବ୍ୟୁରୋ: ଟ୍ରେନରେ ଭୟଙ୍କର ନିଆଁ । ପ୍ରଥମେ ଇଞ୍ଜିନ ଓ ତାର ପାଖ ବଗିରେ ନିଆଁ ଲାଗିଥିଲା । ପରେ ଏହି ନିଆଁ ଧିରେ ଧିରେ ଅନ୍ୟ ବଗିକୁ ବ୍ୟାପିଥିଲା । ପରେ ଟ୍ରେନର କିଛି ବଗି ସମ୍ପୁର୍ଣ୍ଣ ପୋଡି ଯାଇଛି । କାହାର କିଛି ଜୀବନହାନୀ ହୋଇନି । ଅଳ୍ପକେ ବର୍ତ୍ତିଛନ୍ତି ଟ୍ରେନ୍ ଯାତ୍ରୀ । ବାରମ୍ବାର ଟ୍ରେନ ଜନିତ ଦୁର୍ଘଟଣା ସାମ୍ନାକୁ ଆସୁଥିବାବେଳେ କେତେବେଳେ ଟ୍ରେନ ବଗିତ୍ୟୁତ ହେଉଛି ତ କେତେବେଳେ ଟ୍ରେନରେ ନିଆଁ ଲାଗୁଛି । ଆଉ ଏବେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଗୁଜୁରାଟ ଦାହୋଡରୁ । ଗୁଜୁରାଟ ଦାହୋଡ ଜିଲ୍ଲାର ଜାକୋଟ ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଗୋଧ୍ରା ଯାଉଥିବା ମେମୁ ଟ୍ରେନରେ ନିଆଁ ଲାଗିଥିଲା । ଟ୍ରେନରେ ନିଆଁ ଲାଗିଥିବା ଦେଖି ସମସ୍ତ ଯାତ୍ରୀ ଟ୍ରେନରୁ ଓହ୍ଲାଇଯାଇଥିଲେ । ଫଳରେ ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି । ସେପଟେ ନିଆଁ ଲାଗିଥିବା ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଠା କରିଛନ୍ତି । ଅନ୍ୟପଟେ ଘଟଣାସ୍ଥଳରେ ଦାହୋଡ ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ (ଏସପି) ଏବଂ ବରିଷ୍ଠ ରେଳ ଅଧିକାରୀ ଉପସ୍ଥିତ ଅଛନ୍ତି। ଏଏସପି କେ ସିଦ୍ଧନ୍ତ କହିଛନ୍ତି ଯେ ଯେଉଁ ବଗି ଗୁଡିକ ନିଆଁ ଲାଗିଥିଲା ସେହି ବଗି ଗୁଡିକୁ ନିଆଁ ଲାଗିଥିବା ବଗିରୁ ଅଲଗା କରିଦିଆଯାଇଛି ।