କୋଇଲା ଟ୍ରେନରେ ନିଆଁ

0

ଢେଙ୍କାନାଳ: ଗୁରୁବାର ଢ଼େଙ୍କାନାଳ ଷ୍ଟେସନରେ ଏକ ଟ୍ରେନରେ ନିଆଁ ଲାଗି ଯାଇଛି । ଷ୍ଟେସନରେ ଠିଆ ହୋଇଥିବା ଏକ କୋଇଲା ବୋଝେଇ ଟ୍ରେନରେ ଏହି ନିଆଁ ଲାଗି ଯାଇଥିଲା । ଷ୍ଟେସନରେ ଟ୍ରେନଟି ଠିଆ ହୋଇଥିବା ବେଳେ ଗୋଟିଏ ବଗିରୁ ଧୂଆଁ ଉଠୁବା ଲୋକମାନେ ଦେଖିବାକୁ ପାଇଥିଲେ । ଏହା ପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଷ୍ଟେସନ କର୍ତ୍ତୃପକ୍ଷ ଏ ସମ୍ପର୍କରେ ସୂଚନା ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ନିଆଁ ଲାଗିବାର କାରଣ ଜଣାପଡି ନାହିଁ । ସିଗାରେଟ କିମ୍ବା ବିଡ଼ିରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

SR