ଦକ୍ଷିଣ ଦିଲ୍ଲୀରେ ଅଗ୍ନିକାଣ୍ଡ, ୫ ମୃତ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଦକ୍ଷିଣ ଦିଲ୍ଲୀର ଜାକିରନଗର ଅଞ୍ଚଳରେ ଏକ ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିବାରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ରୁ ଅଧିକ ଲୋକ ଆହତ ହୋଇଛି । ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ନିଆଁ ଉପରେ ଆୟତ୍ତ ପାଇବାକୁ ୮ଟି ଦମକଳ ବାହିନୀ ନିୟୋଜିତ ହୋଇଛି । କୁହାଯାଉଛି, ମୃତକଙ୍କ ସଂଖ୍ୟା ବଢିପାରେ ।
ଆପାର୍ଟମେଣ୍ଟରେ କିପରି ନିଆଁ ଲାଗିଲା ତାହା ଜଣାପଡିନଥିବା ବେଳେ କୁହାଯାଉଛି ସର୍ଟ ସର୍କିଟରୁ ଏହି ଦୁର୍ଘଟଣା ଘଟିଛି। ନିଆଁର ପ୍ରକୋପ ଏତେ ପ୍ରଖର ଥିଲା କି ସେଠାରେ ଥିବା ବହୁ ଗାଡି ପୋଡି ଯାଇଛି । ମୋଟ ୭ଟି କାର ଓ ୯ରୁ ଅଧିକ ମୋଟର ସାଇକେଲ ଜଳିଯାଇଥିବା ସୂଚନା ରହିଛି । ସ୍ଥାନୀୟ ଲୋକଙ୍କ ଅନୁଯାୟୀ ନିଆଁ ପ୍ରଥମେ ତଳ ମହଲରେ ଲାଗିଥିଲା । କେହି କିଛି ବୁଝିବା ପୂର୍ବରୁ ମାତ୍ର କିଛି କ୍ଷଣ ମଧ୍ୟରେ ଏହା ଉପର ମହଲାକୁ ବ୍ୟାପୀ ଯାଇଥିଲା । କୁହଯାଉଛି, ସେଠାରେ ରାସ୍ତା ଅଣସାରିଆ ଥିବାରୁ ସେଠାକୁ ଠିକ୍ ସମୟରେ ଦମକଳ ବାହିନୀ ପହଞ୍ôଚ ପାରି ନ ଥିଲା, ତେଣୁ ଏତେବଡ ଅଘଟଣ ସଂଗଠିତ ହୋଇଛି ।