ଗୁଜରାଟର ଏକ ଏକ୍ସପ୍ରେସ ଟ୍ରେନରେ ନିଆଁ

0

ବୁରୋ : ବାରମ୍ବାର ସାମ୍ନାକୁ ଆସୁଛି ଟ୍ରେନରେ ଅଗ୍ନିକାଣ୍ଡର ଖବର । ଏସବୁ ପରେ ବି ଏମିତି ଅଘଟଣ ବାରମ୍ବାର ଘଟୁଛି । ପୁଣି ଏପରି ଘଟଣା ସାମ୍ନାକୁ ଆସିଛି ଗୁଜରାଟରୁ । ଭଲସାଡରେ ଏକ ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗିଥିବା ଜାଣିବାକୁ ମିଳିଛି । ତିରୁଚିରାପଲ୍ଲୀ ଏବଂ ଶ୍ରୀଗଙ୍ଗାନଗର ମଧ୍ୟରେ ଚାଲୁଥିବା ହମସଫର ଏକ୍ସପ୍ରେସ ଯେତେବେଳେ ଛିପୱାଡ ନିକଟରେ ପହଞ୍ଚିଥିଲା, ସେହି ସମୟରେ ଟ୍ରେନର ଜେନେରେଟର ବଗିରେ ନିଆଁ ଲାଗିଯାଇଥିଲା। ଜେନେରେଟର କମ୍ପାର୍ଟମେଣ୍ଟରୁ ନିଆଁ ଯାତ୍ରୀ କୋଚକୁ ଲାଗିଯାଇଥିଲା। ଏହାପରେ ନିଆଁ ଲାଗିଥିବା ବଗିଗୁଡ଼ିକୁ ଟ୍ରେନରୁ ଅଲଗା କରାଯାଇଥିଲା। ହେଲେ ଏଥିରେ କାହାର କିଛି କ୍ଷତି ହୋଇ ନଥିବା ଜଣାପଡିଛି । କାହିଁକିନା ଟ୍ରେନରେ ନିଆଁ ଲାଗିଥିବା ଜାଣିପାରି ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ପଡିଥିଲେ । ତେବେ ନିଆଁ ବର୍ତ୍ତମାନ ନିୟନ୍ତ୍ରଣରେ ଅଛି। ଅନ୍ୟପଟେ ଜେନେରେଟର ରୁମ୍ରେ ନିଆଁ କିପରି ଲାଗିଲା, ତାହା ଏ ପର୍ୟ୍ୟନ୍ତ ଅସ୍ପଷ୍ଟ ରହିଛି। ଟ୍ରେନ୍ରେ ନିଆଁ ଲାଗିବା ପରେ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ଲୋକେ ନିଜ ନିଜ ଜିନିଷପତ୍ର ଧରି ଟ୍ରେନ୍ରୁ ଓହ୍ଲାଉଥିବା ଦେଖିବାକୁ ମିଳିଥିଲା।