ବାଣ ଗୋଦାମରେ ଅଗ୍ନିକାଣ୍ଡ: ୮ ଗୁରୁତର

0

ଭଦ୍ରକ: ବାଣ ଗୋଦାମରେ ଅଗ୍ନିକାଣ୍ଡ । ଏଭଳି ଘଟଣା ଘଟିଛି ଭଦ୍ରକ ପୁରୁଣା ବଜାର ଥାନା ହଳଦୀଢିହ ଛକ ନିକଟରେ ଥିବା ଏକ ବାଣ ଗୋଦାମରେ । ଏହି ଅଗ୍ନିକାଣ୍ଡରେ ୮ ଜଣ ଗୁରୁତର ଆହତ ହୋଇଥିବା କୁହାଯାଉଛି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ନିଆଁକୁ ଆୟତ କରିବାକୁ ଉଦ୍ୟମ ଜାରି ରହିଛି ।
ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳୁ କେଉଁ କାରଣରୁ ହଳଦୀଢିଅ ଛକ ନିକଟରେ ଥିବା ବାଣ ଗୋଦାମରେ ନିଆଁଲାଗି ବିସ୍ଫୋରଣ ହୋଇଥିଲା । ଏନେଇ ଭଦ୍ରକ ଅଗ୍ନିଶମ ବିଭାଗ କୁ ଖବର ଦିଆଯାଇଥିଲା । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇବା ସହ ବହୁ କଷ୍ଟରେ ଗୁରୁତର ଆହତଙ୍କୁ ଗୋଦାମରୁ ବାହାର କରିଥିଲା । ବିସ୍ଫୋରଣରେ ଲକ୍ଷାଧିକ ଟଙ୍କାର ବାଣ ନଷ୍ଟ ହୋଇଥିବା ଜଣାପଡିଛି । ଏହି ଘଟଣାରେ ଗୁରୁତରଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି । ଏହି ଘଟଣାରେ ଜିଲ୍ଲାପାଳ କହିଛନ୍ତି ସମସ୍ତ ଗୁରୁତରଙ୍କୁ ମାଗଣାରେ ଚିକିତ୍ସା କରିବା ସହ ସମସ୍ତ ଔଷଧ ଯୋଗାଇ ଦିଆଯିବ । ଆବଶ୍ୟକ ପଡ଼ିଲେ ଗୁରୁତର ମାନଙ୍କୁ କଟକ ସ୍ଥାନାନ୍ତର କରାଯିବ । ଏହି ଘଟଣାରେ ପୋଲିସ ପହଞ୍ଚି କିପରି ବାଣ ବିସ୍ଫୋରଣ ଘଟିଲା ତାହାର ତଦନ୍ତ ଆରମ୍ଭ କରିଛି ।