(ଶେଖ୍ ଅରଶଦ୍ ଉଲ୍ ହକ୍)ଖୋର୍ଦ୍ଧା: ଗତକାଲି ରାତିରେ ଖୋର୍ଦ୍ଧା ସଦରଥାନା ଅଧିନସ୍ଥ ଛତ୍ରମା ମୋଜାରେ ଏକ କ୍ରସରରେ ଥିବା ପୋକଲିନ ମେସିନରେ କେହି ଜଣେ ଦୁର୍ବୁତ୍ତ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି । ଫଳରେ ମେସିନ୍ଟି ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଛି । ଉକ୍ତ ମେସିନ୍ଟି ପଣ୍ଡିତ ଭାଇନାଙ୍କର ବୋଲି ଜଣାପଡ଼ିଛି । ଏ ସମ୍ପର୍କରେ ଖୋର୍ଦ୍ଧା ସଦର ଥାନରେ ଅଭିଯୋଗ ପରେ ସଦର ଥାନା ପୁଲିସ ଘଟଣାର ତଦନ୍ତ ଚଳାଇ ଥିବା ଜଣାପଡ଼ିଛି । ଚୋରା ପଥରଖଣି କାରବାରକୁ ନେଇ ଘଟଣାଟି ଘଟିଥିବା ଜଣାପଡ଼ିଛି ।