ନୂଆଦିଲ୍ଲୀ: ନୋଏଡାର ଏକ ସରକାରୀ ଡାକ୍ତରଖାନାରେ ଅଗ୍ନିକାଣ୍ଡ । ନୋଏଡା ହସ୍ପିଟାଲର ଇନଭର୍ଟର (ୟୁପିଏସ୍)ର ବ୍ୟାଟେରୀ ବିସ୍ଫୋରଣ ହୋଇ ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଲାଗିବା ମାତ୍ରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ସୂଚନା ପାଇବା ମାତ୍ରେ ଆଠଟି ଅଗ୍ନିଶମ ଟେଣ୍ଡର ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ ।
ସୂଚନା ଅନୁଯାୟୀ, ଡାକ୍ତରଖାନାର ତଳ ମହଲାରେ ନିଆଁ ଲାଗିଥିଲା । ଯାହାର ଧୂଆଁ ପ୍ରଥମ ମହଲା ଯାଏଁ ବ୍ୟାପି ଯାଇଥିଲା । ଏହି କାରଣରୁ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । କିନ୍ତୁ ଡାକ୍ତରମାନେ ଯଥାଶୀଘ୍ର ପ୍ରଥମ ମହଲାରେ ଭର୍ତ୍ତି ହୋଇଥିବା ୨୫ ରୋଗୀଙ୍କୁ ଜରୁରୀକାଳୀନ ୱାର୍ଡ ଏବଂ ଆଇସିୟୁକୁ ସ୍ଥାନାନ୍ତର କରିଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମର ୮ ଗାଡି ପହଞ୍ଚି ନିଆଁ ଆୟତ୍ତ କରିଥିଲେ। ଡାକ୍ତରଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ନିଆଁରେକେହି ଆହତ ହୋଇନଥିବା କୁହାଯାଉଛି । ଅଗ୍ନିକାଣ୍ଡର କାରଣ ହେଉଛି ଅବିଭକ୍ତ ବିଦ୍ୟୁତ୍ ଯୋଗାଣ (ୟୁପିଏସ୍) ବ୍ୟାଟେରୀ, ଯାହାକି ମାତ୍ର ୨୫ ଦିନ ପୂର୍ବରୁ ବଦଳାଯାଇଥିଲା ।