(ଶେଖ ଫାଇଜାନ କାଦରୀ)ଭଦ୍ରକ: ଆଜି ଭଦ୍ରକର ବନ୍ତ ବ୍ଲକ ବୋଡକଶାସନ ଗାଁରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୧୨ ବଖରା ଘର ଜଳିଯାଇଛି । ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଏହା ସର୍ଟସର୍କିଟ କାରଣରୁ ହୋଇଛି । ନିଆଁ ଦେଖି ଗ୍ରାମବାସୀ ପୋଲିସକୁ ଏ ସଂପର୍କରେ ଅଭିଯୋଗ କରିବା ସହ ଅଗ୍ନିଶମ ବାହିନୀକୁ ଜଣାଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ନିଆଁ ଲିଭାଇବା ସହ ପୋଲିସ ପହଁଚି ଏହାର ତଦନ୍ତ କରୁଛି ।