(ଅନୁସ୍ୱୟା)ଭୁବନେଶ୍ୱର: କେନ୍ଦ୍ରାପଡା ଜିଲ୍ଲା ରାଜନଗର ପେଣ୍ଠରେ ଥିବା ଜିଓଟିୟୁବ ପ୍ରକଳ୍ପରେ ଅଗ୍ନିକାଣ୍ଡ ଘଟିଛି । ସୂଚନାନୁସାରେ, ରାଜନଗର ପେଣ୍ଠରେ ସମୁଦ୍ର କୂଳ ଲଙ୍ଘୁଥିବାରୁ ସେଠାରେ ୩୩ କୋଟି ଟଙ୍କା ବ୍ୟୟରେ ଜିଓଟିୟୁବ ପ୍ରକଳ୍ପ ନିର୍ମାଣ ହୋଇଥିଲା । ଏହା ବନ୍ୟା ଓ ବାତ୍ୟା ସମୟରେ ଲୋକଙ୍କ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ । ତେବେ ରବିବାର ପ୍ରତ୍ୟୁଷରେ ରାଜନଗର ଅନ୍ତର୍ଗତ ପେଣ୍ଠ ଅଞ୍ଚଳର ସମୁଦ୍ରକୂଳରେ ଥିବା ଜିଓଟ୍ୟୁବ୍ ପ୍ରକଳ୍ପରେ ନିଆଁ ଲାଗିଯାଇଛି।ସକାଳେ କେତେକ ସ୍ଥାନୀୟ ଲୋକେ ସେ ଆଡ଼କୁ ଯାଇଥିବା ବେଳେ ଜିଓଟ୍ୟୁବ୍ ଜଳୁଥିବା ଦେଖିଥିଲେ।ତୁରନ୍ତ ସ୍ଥାନୀୟ ଲୋକେ ନିଆଁ ଲିଭାଇବା ସହ ଦମକଳକୁ ଏ ସଂକ୍ରାନ୍ତରେ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପଟ୍ଟାମୁଣ୍ଡାଇ ଦମକଳ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଚଳାଇଛି।୩୩ କୋଟି ଟଙ୍କାରେ ନିର୍ମିତ ୫୦୬ ମିଟର ଦୀର୍ଘ ଭାରତର ଏହି ଦ୍ୱିତୀୟ ଜିଓଟ୍ୟୁବ୍ ପ୍ରକଳ୍ପର ପ୍ରାୟ ୨୦୦ ମିଟର ପୋଡ଼ି ଯାଇଛି।ଏ ପର୍ୟ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।