ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୮ ବଖରା

0

(ସୌମ୍ୟ ରଂଜନ ସେଠୀ) : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ୍‌ ଦୁମୁକା ପଞ୍ଚାୟତ ଗିରଙ୍ଗ ଗାଁରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ୱିତ ରାତିରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ୪ଟି ପରିବାରର ୮ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ସମସ୍ତ ଆସବାବପତ୍ର ଓ ଧାନ ଚାଉଳ ପୋଡ଼ି ଯାଇଛି।ସର୍ଟ ସର୍କିଟ୍‌ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ମାର୍ଶାଘାଇ ଓ ମହାକାଳପଡ଼ାରୁ ଦୁଇଟି ଦମକଳ ଆସି ନିଆଁକୁ ଆୟତ୍ତ କରିଥିଲେ।