ମୋବାଇଲ ଟାୱାରରେ ସର୍ଟସର୍କିଟ

0

(ରିପୋର୍ଟସ ଟୁଡ଼େ)ରାଉରକେଲା : ରାଉରକେଲା ସ୍ଥିତ ସାରନଗରୀରେ ମୋବାଇଲ ଟାୱାରରେ ସର୍ଟସର୍କିଟ । ସର୍ଟସର୍କିଟ ଯୋଗୁଁ ଜଣଙ୍କ ଘର ପୋଡିଯାଇଛି। ଗତକାଲି ସାରନଗରୀରେ ମୋବାଇଲ ଟାୱାରରୁ ସର୍ଟସର୍କିଟ ହୋଇଥିଲା । ଫଳରେ ନିକଟରେ ଥିବା ଜଣଙ୍କ ଘରେ ନିଆଁ ଲାଗି ଯାଇଥିଲା । ସେହି ଘରେ ଥିବା ୩ଜଣ ପିଲାଙ୍କୁ ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କରିଛନ୍ତି । ସଂପୃକ୍ତ ପରିବାରକୁ କ୍ଷତିପୂରଣ ଦେବାକୁ ସ୍ଥାନୀୟ ବାସିନ୍ଦା ଅଡ଼ି ବସିଛନ୍ତି । ଏହା ସହିତ ରାସ୍ତା ଅବରୋଧ ମଧ୍ୟ କରିଛନ୍ତି । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ପୋଲିସ ପହଁଚି ଲୋକମାନଙ୍କୁ ବୁଝାସୁଝା କରିବା ସହ ତଦନ୍ତ କରୁଛି ।