ଛାଡ଼ପତ୍ରକୁ ପ୍ରତିବାଦ କରିବାରୁ ସ୍ତ୍ରୀକୁ ଜିଅନ୍ତା ଜାଳିଲା ସ୍ୱାମୀ

0

(ପ୍ରିୟଦର୍ଶନୀ ସ୍ୱାଇଁ): ଛାଡ଼ପତ୍ର ନଦେବାରୁ ସ୍ତ୍ରୀକୁ ଜାଳିଦେଲା ନୃଂଶସ ସ୍ୱାମୀ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ବିହାରର ଭାଗଲପୁର ଜିଲ୍ଲାରେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଘଟଣା ପରେ ମହିଳାଜଣଙ୍କ ୮୦ପ୍ରତିଶତ ଜଳି ଯାଇଥିବା ସହ ଏବେ ତାଙ୍କର ଚିକିତ୍ସା ଜାରି ରହିଛି । ଅନ୍ୟ ପକ୍ଷରେ, ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ କ୍ରମେ ସ୍ୱାମୀ, ଶାଶୁ, ଦେଢ଼ଶୁର ଏବଂ ନଣନ୍ଦଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ । ମୁଖ୍ୟ ଅଭିଯୁକ୍ତ ସ୍ୱାମୀକୁ ପୁଲିସ ଗିରଫ କରି ସାରିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କ ତଲାସି ଜାରି ରହିଛି ।
ସୂଚନା ମୁତାବକ, ମହମ୍ମଦ ସୋନବର ନିଜ ପତ୍ନୀ ବେଗମ ଖାତୁନଙ୍କୁ ଛାଡ଼ପତ୍ର ମାଗିଥିଲେ । କିନ୍ତୁ ଖାତୁନ ଏଥିପାଇଁ ରାଜି ହୋଇ ନଥିଲେ । ଯାହା ପରେ ସୋନବର ତାଙ୍କୁ ଜିଅନ୍ତା ଜାଳି ଦେଇଥିଲେ । ହତ୍ୟା କରି ମାମଲାକୁ ଅଭିଯୁକ୍ତ ଚାପି ଦେବା ଉଦ୍ଦେଶ୍ୟ ରଖିଥିବା ବେଳେ ପୀଡ଼ିତାଙ୍କ ପରିବାର ଲୋକେ ଘଟଣା ଘଟିବା ସମୟରେ ପହଞ୍ଚି ଯିବାରୁ ଶାଶୁଘର ଲୋକଙ୍କ ଅସଲ ମୁଖା ଖୋଲି ଯାଇଥିଲା । ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଦେଖି ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇ ଯାଇଥିବା ବେଳେ ପ୍ରଥମେ ପୀଡ଼ିତାଙ୍କୁ ଡ଼ାକ୍ତରଖାନା ନେବା ସହ ପରେ ପୁଲିସରେ ଅଭିଯୋଗ କରିଥିଲେ ପରିବାର ଲୋକେ ।