ବିହାର : ବିହାରରୁ ଆସିଛି ଏକ ଦୁଃଖଦ ଖବର । ଛଟ୍ ପୂଜା ସାରି ଫେରୁଥିବା ବ୍ରଧାରୀଙ୍କୁ ଉପରେ ଗୁଳିମାଡ ଯୋଗୁଁ ଘଟଣା ସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଛି । ୪ଜଣ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ, ଗୋଟିଏ ପରିବାର ୬ଜଣ ଛଟ୍ ପୂଜା ସାରି ଘାଟରୁ ଫେରୁଥିଲେ । ଘରୋ ପହଞ୍ଚିବା ପୂର୍ବରୁ କିଛି ଦୁବୃର୍ତ୍ତ ଆସି ହଠାତ ଗୁଳିମାଡ କରିଥିଲେ । ଫଳରେ ଘଟଣା ସ୍ଥଳରେ୨ଜଣଙ୍କ ପ୍ରଣବାୟୁ ଉଡିଯାଇଥିଲା । ତେବେ ଘଟଣାର ତନାଘନା କରୁଛି ପୋଲିସ ।