ଲାହୋର ବିମାନବନ୍ଦରରେ ଗୁଳିକାଣ୍ଡ

0

(ଅନୁସ୍ୱୟା)ଭୁବନେଶ୍ୱର: ଆଜି ପାକିସ୍ତାନ ଲାହୋରସ୍ଥିତ ଅଲ୍ଲାମ ଇଂଟରନ୍ୟାଶନାଲ ଏୟାରପୋର୍ଟରେ ଗୁଳିକାଣ୍ଡ ଘଟିଛି । ଏହି ଗୁଳିକାଣ୍ଡରେ ୨ଜଣ ମୃତ୍ୟୁବରଣ କରିଛନ୍ତି । ପାକିସ୍ତାନ ଗଣମାଧ୍ୟମରୁ ଏହି ସୂଚନା ମିଳିଛି ।ବିମାନବନ୍ଦରର ସୁରକ୍ଷାକର୍ମୀମାନେ ଦୁଇଜଣ ସନ୍ଦିଗ୍ଧ ଯୁବକଙ୍କୁ କାବୁ କରିଛନ୍ତି । ପୋଲିସର କହିବାନୁସାରେ ଦୁଇଜଣ ସନ୍ଦିଗ୍ଧ ଅରଶାଦ ଅଲ୍ଲୀ ଏବଂ ଶାନ ବୋଲି ଜଣାପଡିଛି । ଏହି ଘଟଣାପରେ ବିମାନବନ୍ଦରରେ ଉପସ୍ଥିତ ଲୋକମାନେ ବିଚଳିତ ହୋଇଯାଇଥିଲେ । ତେବେ ଗୁଳିମାଡରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି ।ଏହି ଘଟଣାପରେ ବିମାନବନ୍ଦରର ସୁରକ୍ଷା ବଢାଇ ଦିଆଯାଇଛି । ଏହାସହ ଯାନବାହାନ ପ୍ରବେଶ ଉପରେ ରୋକ ଲଗାଯାଇଛି ।