ସ୍କୁଲରେ ଆଖିବୁଜା ଗୁଳିମାଡ଼

0

ସ୍କୁଲରେ ଆଖିବୁଜା ଗୁଳିମାଡ଼ । ଗୁଳିମାଡ଼ରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଆହତ ଅନେକ ହୋଇଛନ୍ତି।  ଆଉ ଏଭଳି ଏକ ଘଟଣା ଘଟିଛି ଅଷ୍ଟ୍ରିଆର ଗ୍ରାଜ ଠାରେ ।  ଖାଲି ସେତିକି ନୁହେଁ, ଗୁଳିମାଡ଼ ପରେ ଅଭିଯୁକ୍ତ ଆତ୍ମହତ୍ୟା କରିଥିବା ନେଇ ମଧ୍ୟ ସୂଚନା।

ହତ୍ୟାକାରୀ ଜଣେ ଛାତ୍ର ବୋଲି ସୂଚନା ମିଳିଛି। ଗୁଳିକାଣ୍ଡ ପରେ ଛାତ୍ରଜଣକ ଏକ ୱାସରୁମରେ ଆତ୍ମହତ୍ୟା କରିଛନ୍ତି । ଗୁଳିମାଡ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ଗୁଳିମାଡ଼ରେ ବହୁ ଛାତ୍ର ଓ ଶିକ୍ଷକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସ୍କୁଲକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।