କାଲିଫର୍ଣ୍ଣିଆ: ଖାଦ୍ୟ ମେଳାରେ ଗୁଳିକାଣ୍ଡ, ୩ ମୃତ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ରବିବାର ଦିନ ଉତ୍ତର କାଲିଫର୍ଣ୍ଣିଆରେ ବାର୍ଷିକ ଖାଦ୍ୟ ମେଳାର ଆୟୋଜନ ହୋଇଥିଲା । କିନ୍ତୁ ଖାଦ୍ୟ ମେଳା ଚାଲିଥିବା ବେଳେ ଗୁଳିକାଣ୍ଡ ଘଟି ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି।
ସୂଚନାଅନୁଯାୟୀ, କାର୍ଲିଫର୍ଣ୍ଣିଆରେ ଏକ ତିନି ଦିନିଆ ଖାଦ୍ୟ ମେଳା ଓ ରନ୍ଧନ ପ୍ରତିଯୋଗିତା ଆୟୋଜନ ହୋଇଥିଲା । ଏହି ପ୍ରତିଯୋଗିତାରେ ଏକ ଲକ୍ଷରୁ ଅଧିକ ପ୍ରତିଯୋଗୀ ଓ ଦେଖଣାହାରୀଙ୍କ ସମାଗମ ହୋଇଥିଲା। ରବିବାର ଏହି ମେଳାର ଶେଷ ଦିନ । ତେଣୁ ଏଠାରେ ସନ୍ଧ୍ୟା ୫: ୩୦ ମିନିଟ୍‌ରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ସେଠାରେ ପହଞ୍ôଚ ଆଖିବୁଜା ଗୁଳି ଚଳାଇଥିଲା । ଗୁଳି ଶବ୍ଦରେ ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଲୋକେ ଜୀବନ ବିକଳରେ ଭୟରେ ଏଣେତେଣେ ଧାଇଁବାରେ ଲାଗିଥିଲେ । ଫଳରେ ଧକ୍କା ପେଲାରେ ସେଠାରେ ଦଳଚକଟ ପରିସ୍ଥିତି ସୃଷ୍ଟି ହୋଇଥିଲା ।