ଫିରିଙ୍ଗିଆ ସହରରେ ନନ୍ଦ ଉତ୍ସବ ପାଳିତ; ଫଗୁ ଖେଳ ସହ ଖୋଳ କୀର୍ତନରେ କମ୍ପିଲା ଫିରିଙ୍ଗିଆ ସହର

0

କନ୍ଧମାଳ ୦୭/୦୯/୨୩
କନ୍ଧମାଳ/ମୃତ୍ୟୁଞ୍ଜୟ ଦିଗାଲ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆରେ ଶ୍ରୀକୃଷ୍ଣଙ୍କ ନନ୍ଦ ଉତ୍ସବ ଧୁମ ଧାମ ରେ ପାଳିତ ହୋଇଛି କ୍ଷ ଗତ କାଲି ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳନ କରାଯାଇ ରାତ୍ରି ଉଜାଗର ରହି ଥିବା ବେଳେ ଆଜି ଦିନ ୧୧. ୩୦ ରେ ପ୍ରଭୁ ଶ୍ରୀକୃଷ୍ଣ ଙ୍କୁ ଯଥା ରୀତି ପୂଜାର୍ଚନା ପରେ ସୁସଜିତ ବିମାନରେ ବସାଇ ନଗର ପରିକ୍ରମା କରିବା ସହ ନନ୍ଦ ଉତ୍ସବ ପାଳନ କରା ଯାଇଛି କ୍ଷ ଫିରିଙ୍ଗିଆ ଓଡ଼ିଆ ସାହିରେ ଥିବା ବହୁ ପୁରାତନ ଭାଗବତ ପୀଠ ମନ୍ଦିର ରୁ ବାହାରି କାଳୀ ମନ୍ଦିର, ଶିବ ମନ୍ଦିର, ପିତା ବଳି ମନ୍ଦିର ବାଣିଜ୍ୟ ଭଣ୍ଡାର, ଇନ୍ଦିରା ଗାନ୍ଧୀ ଛକ, ବ୍ଲକ ଛକ ଓ ଫିରିଙ୍ଗିଆ ଥାନା ଦେଇ ପୁଣି ଭାଗବତ ପୀଠ ମନ୍ଦିର କୁ ପ୍ରତ୍ୟାବର୍ତନ କରା ଯାଇଛି କ୍ଷ ଭକ୍ତ ଓ ଶ୍ରାଦ୍ଧଳୁ ଆନନ୍ଦ ଉଲ୍ଲାସ ରେ ଖୋଳ କୀର୍ତନ ବାଜା ବାଦ୍ୟ ସହ ଫଗୁ ଖେଳ ରେ ମଜି ଧୁମ ଧାମ ରେ ନନ୍ଦ ଉତ୍ସବ ପାଳନ କରିଛନ୍ତି କ୍ଷ ଭାଗବତ ପିଠ ମନ୍ଦିର ର ପୂଜକ ଜଗନ୍ନାଥ ପଣ୍ଡା, ସୀମାଞ୍ଚଳ ପଣ୍ଡା ଙ୍କ ସହ ଅଞ୍ଚଳ ର ବରିଷ୍ଠ ବ୍ୟକ୍ତି ପତିତପାବନ ପ୍ରଧାନ, ପିତା ବଳି ମନ୍ଦିର ପୂଜକ ସତ୍ୟ ଭୁକ୍ତା, ଦିନ ବନ୍ଧୁ ବିଶୋଇ ଉଦ୍ଧବ ବିଶୋଇଙ୍କ ସହ ବହୁ ବରିଷ୍ଠ ବ୍ୟକ୍ତି ଏବଂ ଭକ୍ତ ଓ ଶ୍ରଦ୍ଧାଳୁ ଏହି ଉତ୍ସବ ରେ ସାମିଲ ହୋଇଥିବା ବେଳେ ଅନ୍ୟ ଏହି ଭଳି କେଳାପଡା ପଞ୍ଚାୟତ ଗେରୁପଡା ଠାରେ ଥିବା ରାଧାକୃଷ୍ଣ ମନ୍ଦିରରେ ପୁରୋହିତ ଧନେଶ୍ଵର ନନ୍ଦ, ଗ୍ରାମ୍ୟ କମିଟି ସଭାପତି ବିସ୍କେଶନ ବେହେରା, ସମ୍ପାଦକ ରଜନୀ କାନ୍ତ ପ୍ରଧାନ,ଅଜିତ ବେହେରା, ସହ ଗେରୁପଡା ଗ୍ରାମବାସୀ ଗାଁ ପରିକ୍ରମା କରି ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳନ କରିଥିବା ଦେଖିବାକୁ ମିଳିଛି ।