(ମମତା ସାମଲ)ରିପୋର୍ଟସଟୁଡେ: ଇଣ୍ଡୋନେସିଆରେ ସୁଗ୍ରୀବଙ୍କ ନାମରେ ହିନ୍ଦୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଛି । ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକେ ‘ଜୋକୋଭି’ ଭିଡୋଡୋ ଏକ ପ୍ରେସିଡେଣ୍ଟିସିଆଲ ରେଗୁଲେସନ ଭାବେ ବାଲିର ଦେନପାସରରେ ଥିବା ହିନ୍ଦୁ ଧର୍ମ ଷ୍ଟେଟ ଇଷ୍ଟଚ୍ୟୁଟକୁ ଦେଶର ପ୍ରଥମ ହିନ୍ଦୁ ଷ୍ଟେଟ ବିଶ୍ୱବିଦ୍ୟାଳୟ ନାମକରଣ କରିଛନ୍ତି । ଏହି ବିଶ୍ୱବିଦ୍ୟାଳୟରେ ହିନ୍ଦୁ ଧର୍ମ ସମ୍ପର୍କିତ ଉଚ୍ଚ ଶିକ୍ଷା ପ୍ରଦାନ କରାଯିବ । ଗତ ସପ୍ତାହରେ ଲାଗୁ ହୋଇଥିବା ନିୟମ ଅନୁସାରେ ବର୍ତ୍ତମାନର ‘ଆଇଏଚଡିଏ’ର ସମସ୍ତ ଛାତ୍ରଛାତ୍ରୀଙ୍କୁ ‘ୟୁଏଚନଏନ’ର ଛାତ୍ରଛାତ୍ରୀ ଭାବେ ରୂପାନ୍ତରିତ କରିଛନ୍ତି । ଏହି ସଂସ୍ଥାର ସମସ୍ତ ସମ୍ପତ୍ତି ଓ କର୍ମଚାରୀଙ୍କୁ ମଧ୍ୟ ନୂତନ ବିଶ୍ୱବିଦ୍ୟାଳୟ ନାଁରେ ଅନ୍ତର୍ଭୁକ୍ତ କରି ଦିଆଯାଇଛି ।
ଇଷ୍ଟିଚ୍ୟୁଟର ଅଫିସିଆଲ ୱେବସାଇଟରେ ଆଇଏଚଡିଏର ରେକ୍ଟର କହିଛନ୍ତି, ଇଷ୍ଟିଚ୍ୟୁଟର ଷ୍ଟେଟରରେ ଏକ ନୂତନ ରେକୁଲେଶନ ଜରିଆରେ ପରିବର୍ତ୍ତନ କରିଛନ୍ତି ଏବଂ ଏବେ କେବଳ କେନ୍ଦ୍ର ସରକାର ହ୍ୟାଣ୍ଡଓଭର କରିବାକୁ ଅପେକ୍ଷା ।
ସୂଚନାଯୋଗ୍ୟ, ଏହି ଇଷ୍ଟିଚ୍ୟୁଟ ୧୯୯୩ରେ ହିନ୍ଦୁ ଧର୍ମର ଅଧ୍ୟାପନା ପାଇଁ ଏକ ଷ୍ଟେଟ ଏକାଡେମୀ ଭାବେ ଆରମ୍ଭ ହୋଇଥିଲା । ଏହାକୁ ପରେ ୧୯୯୯ରେ ହିନ୍ଦୁ ରିଲିଜନ ଷ୍ଟେଟ କଲେଜ ନାମ ଦିଆଯାଇଥିଲା । ପୁଣି ୨୦୧୪ରେ ଆଇଏଚଡିଏନ ଭାବେ ନାମ ପରିବର୍ତ୍ତନ କରାଯାଇଥିଲା । ରେକ୍ଟର କହିଛନ୍ତି, ଇଣ୍ଡୋନେସିଆ ପାଇଁ ଏହା ହେଉଛି ଐତିହାସିକ ସମୟ । ସେ କହିଛନ୍ତି, ରାଷ୍ଟ୍ରପତି ବାଲିରେ ହିନ୍ଦୁ ଶିକ୍ଷାନୁଷ୍ଠାନ ପ୍ରତି ଅଧିକ ଦୃଷ୍ଟି ଦେଇଛନ୍ତି ।