ପାରାଦୀପ: ମାଛ ବେପାରି ଉପରେ ଚଢିଗଲା ଟ୍ରକ । ଏଭଳି ଘଟଣା ଘଟିଛି ପାରାଦୀପ ଅଠରବାଙ୍କି ନିକଟରେ । ଛାଡଖାଇ ଥିବାରୁ ମାଛ ଧରି ସାଇକେଲରେ ଯାଉଥିବା ବେଳେ ଘଟିଛି ଏଭଳି ଦୁର୍ଘଟଣା । ତେବେ ଘଟଣାସ୍ଥଳରେ ବେପାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୃତକ ଜଣଙ୍କ ବାଲିଝରା ବସ୍ତିର ମହେନ୍ଦ୍ର ଜେନା ବୋଲି ଜଣାପଡଇଛି ।
ସୂଚନା ଅନୁଯାୟୀ, ଆଜି ଛାଡଖାଇ ଥିବାରୁ ମହେନ୍ଦ୍ର ବାଲିପ୍ଲଟରୁ ମାଛକିଣି ବ୍ୟବସାୟ କରିବା ପାଇଁ ବାଲିଝରା କଲୋନିକୁ ଯାଉଥିଲେ । ଏହି ସମୟରେ ଆଠରବାଙ୍କି ନିକଟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ସ୍ଥାନୀୟ ଲୋକେ ଟ୍ରକକୁ ଅଟକାଇ ଥିବା ବେଳେ ଘଟଣା ସ୍ଥଳରୁ ଡ଼୍ରାଇଭର ଫେରାର ହୋଇଯାଇଛି । ଉତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ କଟକ – ପାରାଦୀପ ରାସ୍ତା ଅବରୋଧ କରିଛନ୍ତି । ଘଟଣା ସ୍ଥଳରେ ପାରାଦୀପ ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।