ଓଲଟିଲା ମାଛବୋଝେଇ ଟ୍ରକ, ଗୋଟାଇବା ପାଇଁ ପୋକମାଛି ଭଳି ଲାଗିଲା ଲୋକଙ୍କ ଭିଡ଼

0

(ଋିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): କାନପୁର ଜନପଦର ଅର୍ମାପୁର ଥାନା ଅଞ୍ଚଳସ୍ଥ ଗନ ଫ୍ୟାକ୍ଟ୍ରି ରାସ୍ତା ନିକଟରେ ମଙ୍ଗଳବାର ସକାଳେ ଏକ ମାଛ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ମାଛପୋଖରୀରେ ଯେଭଳି ଭାବେ ମାଛ ପହଁରୁ ଥିବା ଦୃଶ୍ୟ ଦେଖିବାକୁ ମିଳେ ସେଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଲୋକମାନେ ମାଛଟ୍ରକ୍‌ ରାସ୍ତାରେ ଓଲଟିବା ଖବର ପାଇବା ପରେ ରାସ୍ତାରେ ମାଛକୁ ଗୋଟାଇବା ପାଇଁ ପୋକମାଛି ଭଳି ଭିଡ ଜମାଇଥିଲେ। ରାସ୍ତାରୁ ଲୋକଙ୍କ ଏହି ଭିଡକୁ ହଟାଇବା ପାଇଁ ପୁଲିସକୁ ବି ନାକେଦମ ହେବାକୁ ପଡ଼ିଥିଲା।
ସୂଚନାଯୋଗ୍ୟ, ଗନ ଫ୍ୟାକ୍ଟ୍ରି ରାସ୍ତା ନିକଟରେ ଏକ ମାଛଟ୍ରକ୍‌ ଓଲଟିବାର ଦୃଶ୍ୟକୁ ଯିଏ ଦେଖିଥିଲା ସେ ଆଶ୍ଚର୍ୟ୍ୟ ହୋଇଯାଇଥିଲା। ମାଛ ଭର୍ତ୍ତି ଟ୍ରକ୍‌ ରାସ୍ତାରେ ଯାଉଥିବା ସମୟରେ ହଠାତ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା। ଫଳରେ ଏଥିରେ ଥିବା ହଜାରରୁ ଅଧିକ ମାଛ ରାସ୍ତାରେ ବିଛେଇ ହୋଇପଡ଼ିଥିଲା। ରାସ୍ତାରେ ମାଛଗୁଡ଼ିକ ବିଛେଇ ହୋଇ ଛଟପଟ ହେଉଥିବା ଦେଖି ସେଇ ରାସ୍ତା ଦେଇ ଯିଏ ଯାଉଥିଲେ ସିଏ ଏହି ମାଛଗୁଡ଼ିକୁ ଲୁଟିବାରେ ବ୍ୟସ୍ତ ହୋଇଯାଇଥିଲେ। ଏହି କାରଣରୁ ରାସ୍ତା ଜାମ ହୋଇ ଯାତାୟାତରେ ଅସୁବିଧା ପରିଲକ୍ଷିତ ହୋଇଥିଲା। ପୁଲିସ ଏସମ୍ପର୍କ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବହୁକଷ୍ଟରେ ରାସ୍ତାରୁ ହଟାଇ ପୁଣି ପରିସ୍ଥିତିକୁ ସ୍ୱଭାବିକ କରିଥିଲା।