୨ ମାସ ପରେ ହଟିଲା ମାଛଧରା କଟକଣା

ହଟିଲା ମାଛଧରା କଟକଣା ।

0

(ପାରାଦ୍ବୀପ) : ହଟିଲା ମାଛଧରା କଟକଣା । ପାରାଦ୍ବୀପ ବନ୍ଦରରୁ ଦୀର୍ଘ ୨ମାସ ପରେ ଉଠିଛି ମାଛଧରା କଟକଣା । ତେବେ ଏହି କ୍ରମରେ ଆଜିଠୁ ସମୁଦ୍ରକୁ ଯିବାକୁ ବାହାରିଛନ୍ତି ମତ୍ସ୍ୟଜୀବୀ । ତେବେ ୪୮ ଘଣ୍ଟାରେ ମୌସୁମୀ ଓଡିଶା ଛୁଇଁବ ବୋଲି ଆକଳନ କରିଥିଲେ । ତେବେ ଏହି କାରଣ ହେତୁ ଭଲ ମାଛ ମିଳିବାର ଆଶା ରହିଛି । ସେପଟେ ସମୁଦ୍ରକୁ ଯିବା ପୂର୍ବରୁ ବରୁଣ ଦେବଙ୍କ ପୂଜାର୍ଚ୍ଚନା କରିଛନ୍ତି ମତ୍ସ୍ୟଜୀବୀ ।

ପ୍ରଜନନ ଋତୁ ପାଇଁ ପାରାଦୀପ ବନ୍ଦରରେ ମାଛଧରା ଉପରେ କଟକଣା ଲଗାଇଯାଇଥିଲା । ଦୀର୍ଘ ଦିନ ପରେ ଏହି କଟକଣା ଉଠିଥିବାରୁ ମତ୍ସ୍ୟଜୀବୀ ବେଶ୍‌ ଖୁସି ଅଛନ୍ତି।

ସୂଚନାନୁଯାୟୀ , ୨ ମାସ ହେଲା ପ୍ରଜନନ ପାଇଁ ବୋଟ ବନ୍ଦକରାଯାଇଥିଲା। ଆଜିଠୁ ତାହା ପୁଣି ଆରମ୍ଭ ହୋଇଛି। ଏଥିପାଇଁ ଆମେ ଗତ ୧୧ ତାରିଖରୁ ୩ ଦିନ ପାଇଁ ଯଜ୍ଞ କରାଯାଇଥିଲା। ଆମେ ବହୁତ ଖୁସି ଅଛୁ। ବୋଟ ମାଲିକ, କର୍ମଚାରୀ ମତ୍ସ୍ୟଜୀବୀ ସମସ୍ତେ ଖୁସି ଅଛୁ ବୋଲି କହିଛନ୍ତି ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ସଭାପତି ।