ରାଉରକେଲା ଗସ୍ତରେ ୫-ଟି ସଚିବ

0

ସୁନ୍ଦରଗଡ଼ : ୨୦୨୩ରେ ଖେଳାଯିବାକୁ ଥିବା ହକି ବିଶ୍ୱକପର କିଛି ମ୍ୟାଚ୍ ରାଉକେଲାରେ ଖେଳା ଯିବା ନିଷ୍ପତି ପରେ ଆଜି ରାଉରକେଲା ଗ୍ରସ୍ଥ କରିଛନ୍ତି ୫-ଟି ସଚିବ । ଏହି ଗସ୍ତରେ ୫-ଟି ସଚିବଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ମଧ୍ୟ ଉପସ୍ଥିତ ରହିଛନ୍ତି । ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ସଚିବ ଆର. ଭିନିଲ କ୍ରିଷ୍ଣା ଓ ଏନଏଚଏମ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମଧ୍ୟ ରାଉରକେଲା ଯିବେ । ବିପିୟୁଟି ପରିସରରେ ଦେଶର ବୃହତ୍ତମ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବେ ସଚିବଙ୍କ ଟିମ୍ । ୨୦୨୩ ବିଶ୍ୱକପ୍ ହକିର କିଛି ମ୍ୟାଚ୍ ଏଠାରେ ଖେଳାଯିବ । ପରେ ସହରର ଛେଣ୍ଡ୍ କଲୋନୀରେ ନିର୍ମିତ ହେଉଥିବା ସାଇନସ ପାର୍କ ଓ ପ୍ଲାନେଟୋରିୟମ କାମର ଅନୁଧ୍ୟାନ କରିବେ ସଚିବଙ୍କ ଟିମ୍ । ସୁନ୍ଦରଗଡ ଜିଲ୍ଲାର ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ ଅଗ୍ରଗତି ନେଇ ମଧ୍ୟ ସମୀକ୍ଷା ହେବ ।
ରାଉରକେଲା ସହରର ପାନୀୟ ଜଳ ସମସ୍ୟାର ସମାଧାନ କରିବା ସହ ଵୃହତ ଜଳ ସେଚନ ପ୍ରକଳ୍ପ ହମିରପୁର କୋଏଲ ବ୍ୟାରେଜ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ପ୍ରକଳ୍ପ କାର୍ୟ୍ୟ କିପରି ତ୍ୱରାନ୍ୱିତ ହେଵ ତାହାକୁ ନେଇ ମଧ୍ୟ ସମୀକ୍ଷା କରିବାର କାର୍ୟ୍ୟକ୍ରମ ରହିଛି । ସୁନ୍ଦରଗଡ଼ ଜିଲ୍ଲାରେ ଥିବା ସରକାରୀ ହାଇସ୍କୁଲ ଗୁଡ଼ିକର ଉନ୍ନତୀକରଣ ସହ ସ୍କୁଲ ପରିବେଶକୁ ସମ୍ପୂର୍ଣ୍ଣ ନୂଆ ରୂପ ଦେବା ପାଇଁ ‘୫-ଟି ଓ ମୋ ସରକାର ଅଧୀନରେ ରାଜ୍ୟ ସରକାରଙ୍କ ପକ୍ଷରୁ ‘ହାଇସ୍କୁଲ ଟ୍ରାନ୍ସଫର୍ମେସନ ତଥା ରୁପାନ୍ତରଣ କାର୍ଯ୍ୟକ୍ରମ କରାଯାଉଛି । ହାଇସ୍କୁଲରେ ସ୍ମାର୍ଟ କ୍ଲାସରୁମରେ ପାଠପଢ଼ା ସହ ଇ-ଲାଇବ୍ରେରି, ବିଜ୍ଞାନାଗାର, ଖେଳପଡ଼ିଆ, ପାନୀୟ ଜଳ ଏବଂ ସ୍ୱଚ୍ଛ ଶୌଚାଳୟ ଆଦି ନିର୍ମାଣ କରାଯାଉଛି ।