ଭୁବନେଶ୍ୱର: ଫ୍ଲୀ ମାର୍କେଟର ପରାମ୍ପରିକ ହସ୍ତକଳା, କୁଟୀରଶିଳ୍ପ ସାମଗ୍ରୀ ପାଇଁ ଅପୂର୍ବ ସମ୍ଭାର ଦେଖିବା ପାଇଁ ବଢୁଛି ଦର୍ଶକଙ୍କ ଭିଡ଼। ଚିତ୍ତାକର୍ଷକ ସାଂସ୍କୃତିକ ସନ୍ଧ୍ୟାରେ ମାର୍କେଟିଙ୍ଗର ମଜା ନେଉଛନ୍ତି ଦର୍ଶକ। ଯାହା ପରାମ୍ପରିକ ହସ୍ତକଳା, କୁଟୀରଶିଳ୍ପ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେବା ସହିତ ସ୍ଥାନୀୟ ଉଦ୍ୟୋଗୀଙ୍କୁ ଅଧିକ ପ୍ରୋତ୍ସାହନ ଯୋଗାଉଛି। ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ଉତ୍ସବମୁଖର ରାଜଧାନୀ ଭବନେଶ୍ଵର। ଏହାକୁ ଦ୍ବିଗୁଣିତ କରୁଛି ଏକାମ୍ର ଉତ୍ସବର ଓ ଫ୍ଲୀ ମାର୍କେଟ।
ଆଜି ଏହି ଉତ୍ସବର ୫ ଦିନରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଛି। ବିଶେଷକରି ଫ୍ଲୀ ମାର୍କେଟ ଏହାର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏକାମ୍ର ଉତ୍ସବ ଉପଲକ୍ଷେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ରାତିର ଫ୍ଲୀ ମାର୍କେଟ ଆଗାମୀ ୧୬, ୨୦୨୫ ପର୍ଯ୍ୟନ୍ତ ଅପରାହ୍ନ ୪ଟାରୁ ରାତି ପର୍ଯ୍ୟନ୍ତ ଖୋଲୁଛି । ଏହି ମାର୍କେଟ ନାଗରିକମାନେ, ଅତିଥିମାନେ, ପର୍ଯ୍ୟଟକ ଓ ଅନ୍ୟ ଆଗନ୍ତୁକମାନଙ୍କ ପାଇଁ ଏକ ଅଦ୍ଭୁତ ଶୀତ କାଳୀନ ଅନୁଭବ ଦେଉଛି । ନାଇଟ୍ ମାର୍କେଟ ସୃଜନଶୀଳତା, ଏବଂ ବାଣିଜ୍ୟ ପାଇଁ ଏକ ହବ୍ ଭାବେ ସମସ୍ତଙ୍କୁ ମନ ଟାଣୁଛି। ଯେଉଁଥିରେ ଭାରତର ବିଭିନ୍ନ ସ୍ଥାନରୁ ଉଦୀୟମାନ ଉଦ୍ୟୋଗୀ, ଘରୋଇ ବ୍ୟବସାୟ ଏବଂ ସ୍ଥାନୀୟ ଉଦ୍ୟୋଗ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଷ୍ଟଲ୍ ପ୍ରଦର୍ଶିତ ହୋଇଛି । ଯାହା ସବୁ ବର୍ଗର ଅଗନ୍ତୁକଙ୍କୁ ନିଜ ଆଡ଼କୁ ଆକର୍ଷିତ କରୁଥିବା ଦେଖିବାକୁ ମିଳିଛି।
ମାର୍କେଟରେ ଉପଲବ୍ଧଥିବା ୩୩ ଷ୍ଟଲରେ ପରିଦର୍ଶକ ପାଇଁ ଟ୍ରେଣ୍ଡି ପୋଷାକ, ଫୁଟୱେର ଏବଂ ଆସେସୋରିଜ୍, ଅନନ୍ୟ ହସ୍ତତନ୍ତ ଘର ସଜ୍ଜା ସାମଗ୍ରୀ, ଅର୍ଗାନିକ ଏବଂ ସ୍ୱାସ୍ଥ୍ୟ ଭିତ୍ତିକ ଖାଦ୍ୟ ବ୍ୟଞ୍ଜନ ଆକର୍ଷଣୀୟ ସମ୍ଭାର ରହିଛି। ଯେଉଁଥିରେ ବିଭିନ୍ନ ପ୍ରକାରର ହାତ ତିଆରି ପାରମ୍ପରିକ କୁଟୀରଶିଳ୍ପର ବହୁ ଷ୍ଟଲ ମାନ ରହିଛି। ଯାହାକୁ ଦେଖିବା ପାଇଁ ଲୋକେ ଗହଳି ଜମାଉଛନ୍ତି। ସେଥିମଧ୍ୟରୁ କିଛି ନିଆରା ଷ୍ଟଲ ଯୁବବର୍ଗଙ୍କୁ ଅଧିକ ପସନ୍ଦ ଆସୁଛି। ଭଳିକିଭଳି ଷ୍ଟାଇଲର ଲିପନ ଆର୍ଟ, ପେଣ୍ଟିଙ୍ଗ, ହାତ ତିଆରି ଅଳଙ୍କାର, ଫୋଟ ଫ୍ରେମ, କେଣ୍ଡେଲ ହୋଲଡିଂ, ବୋଟଲ ଆର୍ଟ, ମିରର, ଛୋଟ ପିଲାଙ୍କ ପାଇଁ ବିଭିନ୍ନ ଖେଳନା ଓ ଘର ସଜ୍ଜା ସାମଗ୍ରୀ ମନ ମୋହୁଥିବାବେଳେ ଦର୍ଶକ ଏହାକୁ ଅଧିକ କିଣୁଥିବା ଦେଖାଯାଇଛି। ସେହିଭଳି ନିଜେ ହାତ ତିଆରି ଅଳଙ୍କାର ଯଥା କାନ ଫୁଲ, ହାର, ବ୍ରେସଲେଟ ଯୁବତୀଙ୍କ ପ୍ରଥମ ପସନ୍ଦ ରହିଛି। ସ୍ଥାନୀୟ କଳାକାରଙ୍କ ଦ୍ୱାରା ନିର୍ମିତ ବହୁ ପାରମ୍ପରିକ ପଟ୍ଟଚିତ୍ର ଯାହା ଅତି ସୁନ୍ଦର ଭାବେ ପ୍ରସ୍ତୁତ କରାଯାଇଥିବାବେଳେ ଏହାକୁ ଦେଖିବାକୁ ଅଧିକ ଲୋକ ପସନ୍ଦ କରୁଛନ୍ତି। ଏହିସବୁ ପେଣ୍ଟିଙ୍ଗ ୩ ହଜାର ରୁ ୧୫ ହଜାର ଟଙ୍କା ଯାଏଁ ରହିଛି। ସେହିପରି ଘର ସଜ୍ଜା ସାମଗ୍ରୀ ଓ ହାତ ତିଆରି ଅଳଙ୍କାରକୁ ଅଧିକା ପସନ୍ଦ କରୁଥିବା ମାର୍କେଟଥିବା ଏକ କ୍ରି୍ଏଟିଭ ଆର୍ଟ୍ସ ଷ୍ଟଲର ଉଦ୍ୟୋଗୀ ପଦ୍ମାଳୟ ଦାଶ କହିଛନ୍ତି।
ସେହିପରି ଏଠାରେଥିବା ବିଭିନ୍ନ ଆସାମୀ ଓ ବଙ୍ଗାଳାର ଶାଢ଼ୀ ହ୍ୟାଣ୍ଡୁଲମ ଷ୍ଟଲରେ ବି ମହିଳାମାନେ କିଣୁଥିବା ଦେଖାଯାଉଛି। ଶାଢ଼ୀ ଠାରୁ ଆରମ୍ଭ କରି ହସ୍ତତନ୍ତର ଖଦି ଓ କପଡା ଡ୍ରେସ ମଧ୍ୟ ଦର୍ଶକ ମଧ୍ୟରେ ବହୁଳ ଚାହିଦା ରହିଥିବା ଜଣା ପଡିଛି। ଏହାଛଡ଼ା ମିଲେଟ, ବାଜ୍ରା ଓ ବହୁ ପାରମ୍ପରିକ ଖାଦ୍ୟକୁ ନୂଆରୂପରେ ପ୍ରସ୍ତୁତ କରି କିଛି ସ୍ଥାନୀୟ ଉଦ୍ୟୋଗୀଙ୍କ ବ୍ୟବସାୟ କରୁଥିବାବେଳେ ଏହାକୁ ମଧ୍ୟ ଖାଦ୍ୟପ୍ରେମୀ ପସନ୍ଦ କରୁଥିବା ଲକ୍ଷ କରାଯାଇଛି। କାରିଗରମାନଙ୍କ ଦ୍ୱାରା ପାରମ୍ପାରିକ କାରିଗରୀର ପ୍ରଦର୍ଶନ ହେଉଛି । ଏହି କର୍ମଶାଳା ପରିଦର୍ଶକମାନଙ୍କୁ ଟେରାକୋଟା କାର୍ଯ୍ୟ, ତାଳପତ୍ର ଖୋଦେଇ କାରୁକାର୍ଯ୍ୟ , ପଥର ଖୋଦନ, ପଟ୍ଟଚିତ୍ର ପେଣ୍ଟିଂ, ଆପ୍ଲିକ୍ ୱାର୍କ , କାଠ ଖୋଦନ, ଏବଂ ଢ଼ୋକ୍ରା ଧାତୁ କାଷ୍ଟିଂ ଭଳି ପ୍ରସିଦ୍ଧ କଳା ଫର୍ମ ପଛରେ ଥିବା ଜଟିଳ ପ୍ରକ୍ରିୟାଗୁଡ଼ିକୁ ଦେଖିବାର ସୁଯୋଗ ପ୍ରଦାନ କରୁଛି। ଲୋକମାନେ ମାଟି ତିଆରି ପାତ୍ର ଗଢ଼ିବାର ମଜା ନେଉଛନ୍ତି। ମାର୍କେଟ କେବଳ ଜିନିଷ କିଣିବାର ଏକ ସ୍ଥାନ ହୋଇ ରହି ନାହିଁ , ଏହା ଓଡ଼ିଶାର ସଂସ୍କୃତି, ସୃଜନଶୀଳତା ଏବଂ ସମୁଦାୟ ମାନସିକତାର ଏକ ଜୀବନ୍ତ ଉତ୍ସବ ଭାବେ ପରିଣତ ହୋଇଥିବା ଲକ୍ଷ କରାଯାଇଛି।
ଅନ୍ୟପଟେ ଏକାମ୍ର ଉତ୍ସବ ଏକ ଅଂଶ ଭାବରେ, ନାଇଟ୍ ମାର୍କେଟ ମଧ୍ୟ କଳାକାର ତଥା ଅଭିନେତାମାନଙ୍କ ପାଇଁ ଏକ ମଞ୍ଚ ରହିଛି। ଓଡିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପାଳନ ସହ ପରିଦର୍ଶକମାନେ ଗାୟକ, ନୃତ୍ୟଶିଳ୍ପୀ, ଏବଂ ଲୋକ କଳାକାରଙ୍କ ଲାଇଭ୍ ପ୍ରଦର୍ଶନକୁ ଦର୍ଶକ ମନଭରି ଉପଭୋଗ କରୁଛନ୍ତି। ସେହିପରି ଝୁମିବା, ନାଚିବାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଆଗନ୍ତୁକଙ୍କୁ ଭରପୁର ଖୋରାକ ରହିଛି। ଏହି ମାର୍କେଟ କେବଳ ଜିନିଷ କିଣିବାର ଏକ ସ୍ଥାନ ହେବ ନାହିଁ , ଏହା ଓଡ଼ିଶାର ସଂସ୍କୃତି, ସୃଜନଶୀଳତା ଏବଂ ସମୁଦାୟ ମାନସିକତାର ଏକ ଜୀବନ୍ତ ଉତ୍ସବ ଭଳି ପାଳନ ହେଉଛି।
ଯେତେ ଦିନ ଅତିବାହିତ ହେଉଛି ଏଠାରେ ଦର୍ଶକ ଓ ପର୍ଯ୍ୟଟକଙ୍କ ଅହେତୁକ ଭିଡ଼ ଦେଖିବାକୁ ମିଳୁଛି। ଯାହା ଏଠାକାର ଉଦ୍ୟୋଗୀଙ୍କୁ ବ୍ୟବସାୟୀକ ଉତ୍ସାହ ଯୋଗାଉଥିବାବେଳେ ନିଜର ପାରମ୍ପରିକ ହସ୍ତକଳା ଓ ସାମଗ୍ରୀର ଚାହିଦା ବଢୁଛି। ଆଗନ୍ତୁକ ଦର୍ଶକ ଓ ଗ୍ରାହକ ସୁନ୍ଦର ଓ ସୁଲଭ ହାତ ପାହାନ୍ତରେ ଏହି ସୁଯୋଗକୁ ପାଇ ଖୁସି ଅନୁଭବ କରୁଛନ୍ତି। ଏବଂ ଏଭଳି ଭବ୍ୟ ଆୟୋଜନ ନେଇ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଛନ୍ତି।