(ରିପୋର୍ଟରସ ଟୁଡେ,ଭୁବନେଶ୍ୱର): ବୈତରଣୀ ଓ ସୁବର୍ଣ୍ଣରେଖା ନଦୀରେ ମଧ୍ୟମ ଧରଣର ବନ୍ୟା ହୋଇପାରେ । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ବା ଏସଆରସିଙ୍କ ପକ୍ଷରୁ ସୁଚନା ଦିଆଯାଇଛି । ତେବେ ବୁଢ଼ାବଳଙ୍ଗ ଅବବାହିକାରେ ବନ୍ୟା ହୋଇଛି ବୋଲି ସୁଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ଉତ୍ତର ଓଡିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ଟ୍ୱିଟ୍ ଯୋଗେ ସୁଚନା ଦେଇଛନ୍ତି ଏସଆରସି ।
ଏସଆରସିଙ୍କ ସୁଚନା କ୍ରମେ, ଝାଡଖଣ୍ଡ ଗାଲୁଡିହ ବ୍ୟାରେଜରୁ ଆଜି ସକାଳେ ୭,୩୧୨ କ୍ୟୁସେକ୍ ଜଳ ଛଡାଯାଇଛି । ତେବେ ଆସନ୍ତାକାଲି ସକାଳ ୬ଟାରେ ଏହି ବନ୍ୟା ଜଳ ରାଜଘାଟରେ ପହଞ୍ଚିବ । ସେତେବେଳେ ନଦୀର ଜଳସ୍ତର ୧୨ ମିଟରରେ ପହଞ୍ଚିବ ବୋଲି ଜଣାପଡିଛି । ଏହି କାରଣରୁ ନଦୀରେ ବନ୍ୟା ସୃଷ୍ଟି ହେବ ବୋଲି ସୁଚନା ମିଳିଛି ।