(ଅନୁସ୍ୱୟା)ଭୁବନେଶ୍ୱର: ସାରା ରାଜ୍ୟରେ ମୌସୁମୀ ଓ ଲଘୁଚାପ ବର୍ଷା ଜାରି ରହିଛି । ଯାହା ଫଳରେ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସେହିପରି କେନ୍ଦୁଝରର ପାଟଣା ବ୍ଲକରେ ପ୍ରବଳ ବର୍ଷା ଯୋଗୁଁ ସୀତା ନଦୀରେ ଜଳସ୍ତର ବୃଦ୍ଧି ପାଇ ବନ୍ୟାସ୍ଥିତି ଉପୁଜିଛି ।
ଜଳସ୍ତର ବୃଦ୍ଧି ପାଇ ସୀତା ନଦୀର ପୋଲ ଉପରେ ୩ଫୁଟର ଜଳ ଚାଲୁଛି । ଏହା ଫଳରେ ତୁମୁରିଆରୁ ପାଟଣା ଓ ଢେଙ୍କିକୋଟାକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଯାତାୟତ ଏକ ପ୍ରକାର ଠପ ହୋଇଯାଇଥିବାରୁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।