(ନିର୍ମାଳେନ୍ଦୁ ମିଶ୍ର/ନରସିଂହପୁର): କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ମନ୍ଦିର ଭିତରେ ପଶିଲା ମହାନଦୀର ବନ୍ୟାଜଳ। ଏ ବର୍ଷର ପ୍ରଥମ ବନ୍ୟାଜଳ ମା’ଙ୍କ ମନ୍ଦିର ଛୁଇଁଛି। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ମଧ୍ୟରାତ୍ରରୁ ମା’ ଙ୍କର ଚଳନ୍ତି ପ୍ରତିମାକୁ ରାତ୍ରି ୧.୦୦ ସମୟରେ ପାଖରେ ଥିବା ରତ୍ନଗିରି ପାହାଡ଼ ମାଙ୍କ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ କରାଯାଇଛି। ଏ ବର୍ଷର ଏହା ବନ୍ୟାଜଳ ନୁହେଁ ବରଂ ପ୍ରତି ବର୍ଷ ଏହିପରି ଭାବରେ ଏମିତି ବନ୍ୟାଜଳ ଆସି ମାଆଙ୍କର ପାଦକୁ ସ୍ପର୍ଶ କରେ । କିନ୍ତୁ ବନ୍ୟାଜଳ ଯୋଗୁଁ କୌଣସି କ୍ଷତି ହୁଏ ନାହିଁ । ଆଜି ବନ୍ୟାଜଳ ଆସିଥିବାରୁ ମା’ଙ୍କର ନୀତି କାନ୍ତିରେ ଟିକେ ବିଳମ୍ବ ହୋଇଥିବା କହିଛନ୍ତି ମନ୍ଦିରର ମୁଖ୍ୟ ପୂଜକ ଶିରିଷ କୁମାର ରଣା।