(ଅନୁସ୍ୱୟା)ଭୁବନେଶ୍ୱର: ସାରା ରାଜ୍ୟରେ ଲଘୁଚାପ ବର୍ଷା ଜାରି ରହିଛି । ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ବର୍ଷା ହେଉଛି । ଏହା ଫଳରେ ଅନେକ ନଦୀରେ ଜଳସ୍ତର ବୃଦ୍ଧି ପାଇଛି ।
କୋରାପୁଟ ଜିଲ୍ଲାରେ ଗତ ୫ ଦିନ ଧରି ଚାଲିଥିବା ଲଗାଣ ବର୍ଷା ପ୍ରଭାବରେ ବିଭିନ୍ନ ନଦୀରେ ବିପଦ ସଂଙ୍କେତ ଉପରେ ଜଳ ପ୍ରବାହିତ ହେଉଛି । କୋରାପୁଟ ଲମତାପୁଟ ଅଞ୍ଚଳରେ ଥିବା ମାଛକୁଣ୍ଡ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି । ଫଳରେ ଜଳଭଣ୍ଡାର ବିପଦ ସଂଙ୍କେତ ନିକଟରେ ପହଞ୍ଚିବା ପରେ ଏହାର ତିନୋଟି ଗେଟକୁ ଖୋଲି ଦିଆଯାଇଛି । ଗେଟ ଖୋଲିବା ପରେ ଜଳଭଣ୍ଡାରରୁ ଘଂଟା ପ୍ରତି ୬ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି ।