ନବ ଦମ୍ପତିଙ୍କ ପାଇଁ ବଜାରକୁ ଆସିଲା ଫୁଲ ମାସ୍କ

ମନୁଷ୍ୟ ଜୀବନର ଷ୍ଟାଇଲ୍‌ ବଦଳାଇଦେଇଛି ମାରାତ୍ମକ ମହାମାରୀ କରୋନା। ଏଥିରୁ ବର୍ତ୍ତିବା ପାଇଁ ଏକମାତ୍ର ଉପାୟ ହେଲା ମାସ୍କ ପିନ୍ଧିବା।

0

(ମୁମ୍ବାଇ) : ମନୁଷ୍ୟ ଜୀବନର ଷ୍ଟାଇଲ୍‌ ବଦଳାଇଦେଇଛି ମାରାତ୍ମକ ମହାମାରୀ କରୋନା। ଏଥିରୁ ବର୍ତ୍ତିବା ପାଇଁ ଏକମାତ୍ର ଉପାୟ ହେଲା ମାସ୍କ ପିନ୍ଧିବା। ଘରୁ ବାହାରିବା ମାତ୍ରେ ସମସ୍ତଙ୍କ ପାଇଁ ଏବେ ମାସ୍କ ପିନ୍ଧିବା ଜରୁରୀ ହୋଇପଡିଛି। ଏପରି କି ଆଜିକାଲି ବିବାହ ପାଇଁ ବେଦୀରେ ବସିଥିବା ବର କନିଆଁ ମଧ୍ୟ ମାସ୍କ ପିନ୍ଧନ୍ତି। ବର କନିଆଁଙ୍କ ପାଇଁ ବଜାରକୁ ଆସିଛି ଏକ ନୂଆ ମାସ୍କ। ସେମାନଙ୍କ ସୁନ୍ଦରତାକୁ ବଜାୟ ରଖିବା ଲାଗି ତିଆରି ହୋଇଛି ସ୍ୱତନ୍ତ୍ର ମାସ୍କ।

 

ସୂଚନାନୁଯାୟୀ , ତାମିଲନାଡୁ ମଦୁରାଇର ମୋହନ। ସେ ପେଶାରେ ଜଣେ ଫୁଲ ବିକାଳି। କୋଭିଡ-୧୯ ବିଷୟରେ ସଚେତନତା କରିବା ଏବଂ ବର କନିଆଁଙ୍କ ଷ୍ଟାଇଲିସ ଲୁକ୍‌ ବଜାୟ ରଖିବା ପାଇଁ ସେ ତିଆରି କରିଛନ୍ତି ଫୁଲ ମାସ୍କ। ମଲ୍ଲି, ଯୁଇ, ଗୋଲାପ ଭଳି ବିଭିନ୍ନ ପ୍ରକାରର ରଙ୍ଗ ବେରଙ୍ଗର ଫୁଲ ସହାଯ୍ୟରେ ସେ ଏହି ମାସ୍କ ତିଆରି କରିଛନ୍ତି। ଏହି ମାସ୍କଗୁଡିକ ଦେଖିବାକୁ ଯେତିକି ଷ୍ଟାଇଲସି ସେତିକି ସୁନ୍ଦର ମଧ୍ୟ। ତାଙ୍କ ମାସ୍କକୁ ଯିଏ ଦେଖୁଛି ସିଏ ଘଡିଏ ଚାହୁଁଛି। ସମସ୍ତଙ୍କୁ ଆକର୍ଷିତ କରୁଛି ମୋହନଙ୍କ ଦୋକନରେ ବିକ୍ରି ହେଉଥିବା ଫୁଲ ମାସ୍କ। ଏହି ଫୁଲ ମାସ୍କର ଦାମ ମଧ୍ୟ ବେଶ୍‌ ଶସ୍ତା ରହିଛି। ଗୋଟିଏ ମାସ୍କ ପିଛା ୫୦ରୁ ୧୦୦ ଏବଂ ୧୦୦ରୁ ୨୦୦ ଟଙ୍କା ଦାମ୍‌ ରଖିଛନ୍ତି ମୋହନ।