ଆସନ୍ତା ୨ ଦିନ କୁହୁଡି ପାଇଁ ଚେତାବନୀ

0

ଭୁବନେଶ୍ୱର: ଆସନ୍ତା ୨ଦିନ କୁହୁଡି ଚେତାବନୀ । ଦୁଇ ଦିନ ପରେ ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ।୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୯ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣ କୁହୁଡି ସମ୍ଭାବନା । ଅନୁଗୁଳ , ଢେଙ୍କାନାଳ , ଖୋର୍ଦ୍ଧା, କଟକରେ ଘନ କୁହୁଡି ଆଶଙ୍କା । ସେହିପରି ଗଞ୍ଜମ , ଗଜପତି , ନୟାଗଡରେ କୁହୁଡି ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ମୟୁରଭଞ୍ଜ ଓ କେନ୍ଦୁଝରରେ ଅନୁଭୂତ ହେବ କୁହୁଡି । ତେବେ କୁହୁଡିକୁ ନେଇ ସତର୍କ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର ।୨ ଦିନ ସର୍ବନିମ୍ନ ତାପମାତ୍ରରରେ ବିଶେଷ ପରିବର୍ତ୍ତନ ହେବନି । କିନ୍ତୁ ଦୁଇ ଦିନ ପରେ ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ।