ଘନ କୁହୁଡିରେ ବଳୟରେ ସାରା ଓଡିଶା

0

(ମମତା ସାମଲ)ରିପୋର୍ଟସଟୁଡେ: ଘନ କୁହୁଡିରେ ବଳୟରେ ସାରା ରାଜ୍ୟ । ଗତ କିଛି ଦିନ ହେଲା ଉପକୂଳ ଓଡିଶାରେ ଘନ କୁହୁଡି ଦେଖିବାକୁ ମିଳୁଛି । ସେହିପରି ଆସନ୍ତା ୩ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ଥିବାରୁ ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ ସମସ୍ତ ଜିଲ୍ଲାପାଳ, ଏସପି, ପୁଲିସ୍‌ ମହାନିର୍ଦ୍ଦେଶକ ଓ ପରିବହନ କମିଶନରଙ୍କୁ ଚିଠି ଲେଖିଛନ୍ତି । ଘନ କୁହୁଡ଼ି ସମୟରେ ଦୁର୍ଘଟଣା ସମ୍ଭାବନା ଥିବାରୁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ।
ରାଜ୍ୟରେ ପାଗ ଶୁଖିଲା ରହିବ । ବାଲେଶ୍ୱର, ଯାଜପୁର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ବୌଦ୍ଧ, ଅନୁଗୁଳ, କଳାହାଣ୍ଡି ଓ ଢ଼େଙ୍କାନାଳ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସେହିପରି ୧୨ ଓ ୧୩ ତାରିଖରେ ମଧ୍ୟ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡ଼ି ହେବ ବୋଲି ଏସ୍‌ଆର୍‌ସି ଚିଠିରେ ଉଲ୍ଲେଖ କରିଛନ୍ତି ।