(ସର୍ବେଶ୍ୱର ପାତ୍ର ):ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକରେ ଆଜି ରାଜ୍ୟ ସରକାରଙ୍କର ଖାଉଟିକାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଠାରେ ବିଡ଼ିଓ ଦେବଦତ୍ତ ମହନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବାଣିଜ୍ୟ ପରିବହନ ମନ୍ତ୍ରୀ ନୃସିଂହ ସାହୁ ରହି ବ୍ଲକର ସମସ୍ତ୨୧ଟି ପଂଚ।ୟତର ୧୪୮୨ଟି ଖାଦ୍ୟ କାର୍ଡ ବଣ୍ଟନ କରିଥିଲେ ଏବଂ ଏହି କାର୍ଡ଼ ଦ୍ୱାରା ଉପଯୁକ୍ତ ହିତାଧିକାରୀ କିପରି ଉପକୃତ ହେବେ ସେ ସଂମ୍ପର୍କରେ ଆଲୋକପାତ କରିଥିଲେ । ଏଠାରେ ଅନ୍ୟତମ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ କାର୍ତିକ ସାହୁ, ଉପଖଣ୍ଡ ଯୋଗାଣ ଅଧିକାରୀ ସଞ୍ଜୟ ସାହୁ,ବ୍ଲକ ଯୋଗାଣ ଅଧିକାରୀ ବ।ଡା ବାଶ୍ରା, ଜିଲା ପରିଷଦ ସଦସ୍ୟା ସୁକାନ୍ତି ପ୍ରଧାନ,ଚାରୁଲତା ମିଶ୍ର ,ଜୁନ ବିଜେଡି ସଭାପତି ଇଂ ରାଜେଶ କୁମାର ଦେହୁରୀ,ବ୍ଲକ ବିଜେଡି ସଭାପତି ଆମ୍ବୁଜ ସାହୁ,ବରିଷ୍ଠ ନେତା ଧର୍ମାନନ୍ଦ ଦେହୁରୀ,ଟିକମ ହାତୀ, ରମେଶ ମିଶ୍ର,ସରପଞ୍ଚ ଗୁଣନିଧି ସାହୁ,ରାଜେନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।