(ଅମର ଦେହୁରୀ): କେନ୍ଦୁଝର ଜିଲ୍ଲା ସ୍ଥାନୀୟ ଘଟଗାଁ ବ୍ଲକ ପରିସରରେ ଆଜି ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । କାର୍ଯ୍ୟକ୍ରମରେ ଘଟଗାଁ ବ୍ଲକର ୨୬ଟି ଗ୍ରାମପଞ୍ଚାୟତର୧୧୦୦ଜଣ ହିତାଧିକାରୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖାଉଟି କାର୍ଡ ବଣ୍ଟନ କରିଥିଲେ । ମାନ୍ୟବର ମୁଖ୍ୟମନ୍ତୀଙ୍କ ରାଜ୍ୟର ନିଜସ୍ବ ପାଣ୍ଠିରୁ ଓଡିଶାବାସୀଙ୍କ ଖାଦ୍ୟ ସୁରକ୍ଷା ନିମନ୍ତେ ଏହି ଯୋଜନା କରିଥିବାରୁ ତାଙ୍କୁ କୁତଜ୍ଞତା ଜ୍ଞାପନ ସହ ବିଭିନ୍ନ ଜନହିତକର ଯୋଜନା ଉପରେ ବକ୍ତବ୍ୟ ରଖି ଉପସ୍ଥିତ ହିତାଧିକାରୀମାନଙ୍କୁ ଖାଉଟି କାର୍ଡ ବିତରଣର ଶୁଭାରମ୍ଭ କରିଥିଲେ । ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତ୍ରିଲୋଚନ ମହାନ୍ତି ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ ଦାୟିତୁ ତୁଲାଇ ଥିଲେ । ମଞ୍ଚାସୀନ ଅତିଥି ଭାବେ ବ୍ଲକ ଅଧକ୍ଷ୍ୟା ଦୌପତି ଦଣ୍ତପାଟ,ମୁକୁନ୍ଦପୁର ପାଟଣା ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ,ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଚିତ୍ତରଞ୍ଜନ ନାୟକ ନିଜ ନିଜର ବକ୍ତବ୍ୟ ରଖିଥିଲେ।