ଜି ୨୦ ଅତିଥିଙ୍କୁ ଚାନ୍ଦିରୂପା ଓ ସୁନାର ବାସନରେ ଖାଇବାକୁ ଦିଆଯିବ

0

ନୂଆଦିଲ୍ଲୀ: ଆସନ୍ତା ୯ ତାରିଖରେ ଆୟେଜିତ ହେବାକୁ ଯାଉଛି ଜି-୨୦ ସମ୍ମିଳନୀ । ଏଥିପାଇଁ ସାରା ବିଶ୍ୱରୁ ଅତିଥିମାନେ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ହୋଇଛି । ଏବେ ସାରା ବିଶ୍ୱର ନଜର ରହିଛି ଭାରତ ଉପରେ । ଜି-୨୦ରେ ଅତିଥି ମାନଙ୍କ ରହଣିଠାରୁ ଆରମ୍ଭ କରି ବ୍ୟଞ୍ଜନ ପରିସାଯିବା ପର୍ଯ୍ୟନ୍ତ , ପ୍ରତ୍ୟେକ ଜିନିସରେ ସ୍ୱତନ୍ତ୍ର ପ୍ରସ୍ତୁତ କରିଛନ୍ତି ମୋଦୀ ସରକାର ।

ଏହି ସମ୍ମିଳନୀ ପାଇଁ ବିଦେଶର ରାଷ୍ଟ୍ର ମୁଖ୍ୟଙ୍କ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଯେତିକି ଚିନ୍ତିତ ସେମାନଙ୍କ ଆତିଥ୍ୟତା ପାଇଁ ମୋଦୀ ସେତିକି ତତ୍ପର । ହୋଟେଲରେ ସ୍ୱତନ୍ତ୍ର ବ୍ୟଞ୍ଜନ ସହ ଖାସ୍ କଟଲେରୀ ସେଟ୍ ସଜ୍ଜିତ କରି ରଖାଯାଇଛି । ଅତିଥିଙ୍କୁ ଚାନ୍ଦିରୂପା ଓ ସୁନାର ବାସନରେ ଖାଇବାକୁ ଦିଆଯିବାକୁ ବ୍ୟବସ୍ଥା ହୋଇଛି, ଯେଉଁଥିରେ ଭାରତୀୟ ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳୁଛି ।