ଗାଁ ରାସ୍ତା ପାଇଁ ଗୁହାରୀ, କଲବଲ କରୁଛି କାଦୁଅ ପଚପଚ ରାସ୍ତା

0

ଦେଶ ସ୍ୱାଧୀନତା ହେବାର ୭୮ବର୍ଷ ପରେ ମଧ୍ୟ ଏବେବି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଅନେକ ଗ୍ରାମକୁ ସ୍ଥାୟୀ ରାସ୍ତା ପାଲଟିଛି ଦିବାସ୍ବପ୍ନ ଅପହଞ୍ଚ ଅପାନ୍ତର ଅଞ୍ଚଳ ସାଜିଛି ଅନେକ ଗୁଡିଏ ଗ୍ରାମ। ନିର୍ବାଚନବେଳେ ମାଲମାଳ ମିଥ୍ୟା ପ୍ରତିଶୃତି ଦେଇ ଭୋଟ ହାତେଇ ନେବାପରେ ନିର୍ବାଚିତ ପ୍ରତିନିଧିମାନେ ଭୁଲି ଯାଆନ୍ତି ପ୍ରଜା ମାନଙ୍କୁ।ଖବରରୁ ପ୍ରକାଶ ହିନ୍ଦୋଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହିନ୍ଦୋଳ ଏନଏସି ର ଆଦିବାସୀ ହରିଜନ ବହୁଳ ୱାର୍ଡନଂ-୯ର ପୁରୁଷୋତ୍ତମପୁର ହରିଜନସାହିରେ ବସବାସ କରୁଥିବା ୬୦/୭୦ଜନସଂଖ୍ୟା ବିଶିଷ୍ଟ ଗ୍ରାମକୁ ୨୦୨୧-୨୨ମସିହାରେ ବହୁଉଦ୍ୟମରେ ହିନ୍ଦୋଳ ଏନଏସି ପକ୍ଷରୁ ଆରଡ଼ି ରାସ୍ତାରୁ ଗ୍ରାମଆଡକୁ କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିଲା, ତତସହିତ ପାନୀୟଜଳ ଗମନାଗମନ କ୍ଷେତ୍ରରେ ମଧ୍ୟ କିଛି କାର୍ଯ୍ୟ ହୋଇଥିଲା। ତେବେ ଗ୍ରାମ ଠାରୁ କେଇଶହ ମିଟର ରାସ୍ତା ଆଉ ବକେୟା ରହିଯାଇଥିଲା ଯେଉଁଥିପାଇଁ ଉକ୍ତ ବକେୟାରାସ୍ତାଟି ବର୍ଷାଦିନେ ଖାଲଖମଣା ହୋଇ ମାଟିକାଦୁଅରେ ପଚପଚ ହୋଇ ଯାତାୟତରେ ସମସ୍ୟା ସୃଷ୍ଟି କରୁଛି ଏବଂ ଗ୍ରାମବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାସହ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କର ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ଦୀର୍ଘବର୍ଷ ଧରି ଗ୍ରାମବାସୀମାନେ ଅଭିଯୋଗ କରିଆସୁଥିଲେ ମଧ୍ୟ ଏବଂ ବହସମୟରେ ଗଣମାଧ୍ୟମରେ ଖବରପ୍ରକାଶ ପାଉଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ରାସ୍ତାଟି ସମ୍ପୂର୍ଣ୍ଣ ହେଉନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯିବାସହ ତୁରନ୍ତ କର୍ତୃପକ୍ଷ ରାସ୍ତାଟି ନିର୍ମାଣ କରିବାକୁ ଅଞ୍ଚଳବାସି ଦାବି କରିଛନ୍ତି।