ଆଜି ପାଇଁ ଦିନ ଛୋଟ ଓ ରାତି ଲମ୍ବା ହେବ

0

ଭୁବନେଶ୍ୱର : ଆଜି ପାଇଁ ମାଡିଆସୁଛି ଲମ୍ବା ରାତି | କାହିଁକି ନା ସନ୍ଧ୍ୟା ଠାରୁ ଆସନ୍ତା ସକାଳ ପର୍ଯ୍ୟନ୍ତ ୧୨ ଘଣ୍ଟା ପରିବର୍ତ୍ତେ ସମୟ ରହିବ ୧୩ ଘଣ୍ଟା ୧୯ ମିନିଟ୍‌।ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ ତାରିଖରେ ଦିନ ଛୋଟ ଓ ରାତି ସବୁଠୁ ବଡ଼ ହୁଏ। ତେବେ ଭୁବନେଶ୍ୱରରେ ଆଜି ଓ କାଲି ଦିନ-ରାତି ମଧ୍ୟରେ ବେଶୀ ଫରକ୍‌ ରହିବ ନାହିଁ। ଦିନର ଅବଧି ୧୦ ଘଣ୍ଟା ୫୪ ମିନିଟ୍‌ ରହିବାକୁ ଥିବାବେଳେ ରାତିର ଅବଧି ୧୩ ଘଣ୍ଟା ୫ ମିନିଟ୍‌ ରହିବ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି।ଉତ୍ତର ଗୋଲାର୍ଦ୍ଧରେ ଯେତେବେଳେ ଶୀତଋତୁ ହୋଇଥାଏ ସେତେବେଳେ ଦକ୍ଷିଣ ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ହୋଇଥାଏ। ଠିକ୍‌ ସେହିପରି ଦକ୍ଷିଣ ଗୋଲାର୍ଦ୍ଧରେ ଶୀତଋତୁ ହେଲେ ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ହୋଇଥାଏ।’ପ୍ରତ୍ୟେକ ବର୍ଷ ଡିସେମ୍ବର ୨୧ କିମ୍ବା ୨୨ ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ସବୁଠୁ ଛୋଟ ଦିନ ହୋଇଥାଏ।