ଭାରତ ଗସ୍ତରେ ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଏମିନି ଡିଜାପୋର୍ଭ ,ଋଷର ଆକ୍ରମଣରେ ୟୁକ୍ରେନର କ୍ଷତି ସଂମ୍ପର୍କରେ କରିବେ ଆଲୋଚନା

0

ନୂଆଦୀଲ୍ଲୀ: ଭାରତରେ ୟୁକ୍ରେନ ବୈଦେଶିକ ମନ୍ତ୍ରୀ । ଦିଲ୍ଲୀ ସ୍ଥିତ ବୈଦେଶିକ ମନ୍ତ୍ରଣାଳୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଏମିନି ଡିଜାପୋର୍ଭା । ଋଷିଆ ଓ ୟୁକ୍ରେନ ଯୁଦ୍ଧ ଅରମ୍ଭ ଦେବା ଦିନଠାରୁ ୟୁକ୍ରେନର କୌଣସି ମନ୍ତ୍ରୀ ବିଦେଶ ଗସ୍ତରେ ଆସିନଥିଲେ ଏମିନି ପ୍ରଥମ ଯେକି ଭାରତ ଗସ୍ତରେ ଆସିଛନ୍ତି । ବୈଦେଶିକ ମନ୍ତ୍ରଣାଳୟ ସହ ଆଲୋଚନା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୟୁକ୍ରେନ୍ ଯିବା ପାଇଁ ନିମନ୍ତ୍ରଣ କରିବେ ବୋଲି ଜଣାପଡ଼ିଛି । ଭାରତ ଓ ୟୁକ୍ରେନ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଓ ବିଶ୍ବ ସମସ୍ୟା ନେଇ ଆଲୋଚନା ହେବ । ଗତବର୍ଷ ଭାରତ ସରକାର ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଫୋନ ଯୋଗେ ଆଲୋଚନା କରିଥିଲେ । ଯୁଦ୍ଧ ସମୟରେ ଆବଶ୍ୟକ ପଡିଲେ ଭାରତ ସହାୟତା କରିବ ବୋଲି ମଧ୍ୟ କହିଥିଲା । ବର୍ତ୍ତମାନ ପର୍ୟ୍ୟନ୍ତ ଋଷର ଆକ୍ରମଣକୁ ଭାରତ ନିନ୍ଦା କରିନଥିବା ବେଳେ ୟୁକ୍ରେନ କୂଟନୈତିକ ପ୍ରସ୍ତାବ ରଖିପାରେ ବୋଲି ବୈଦେଶିକ ବିଶେଷଜ୍ଞ ଅନୁମାନ କରୁଛନ୍ତି ।