ଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ସ୍ପୁଟ୍ ନିକ-ଭି ଟିକା କୁ ଅନୁମତି ଦେବା ପରେ ଏବେ ଭାରତରେ ବିଦେଶୀ ଟିକା ମର୍ଡେନାକୁ ମଞ୍ଜୁରି
ମିଳିଛି । ଡିସିଜିଆଇ ପକ୍ଷରୁ ମୁମ୍ବାଇ ସ୍ଥିତ ସିପଲା କମ୍ପାନୀକୁ ମଡର୍ଣ୍ଣା କରୋନା ଟିକା ଭାରତକୁ ଆମଦାନୀ କରିବାକୁ ଅନୁମତି ଦିଆଯାଇଛି। ଡିସିଜିଆଇ ଏହି ଆବେଦନକୁ ଗ୍ରହଣ କରିବା ପରେ ଡ୍ରଗ୍ସ ଓ କସମେଟିକ ଆକ୍ଟ ୧୯୪୦ ଅଧୀନରେ ନୂଆ ଡ୍ରଗ୍ସ ଆଣ୍ଡ କ୍ଲିନିକାଲ ଟ୍ରାଏଲ ନିୟମ ୨୦୧୯ ଜରିଆରେ ସିପଲାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଡର୍ଣ୍ଣା ଟିକା ଆମଦାନୀ ପାଇଁ ଅନୁମତି ମିଳିଛି। କରୋନା ବିରୋଧରେ ୯୪.୧% ଫଳପ୍ରଦ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି। ଏଥିସହ ୧୮ ବର୍ଷରୁ ଅଧିକ ବୟସ୍କଙ୍କ କ୍ଷେତ୍ରରେ ଏହା ଫଳପ୍ରଦ ବୋଲି ହୁ’ ପକ୍ଷରୁ କୁହାଯାଇଛି। ଭାରତରେ ବର୍ତ୍ତମାନ କୋଭିସିଲ୍ଡ, କୋଭାକ୍ସିନ ଓ ସ୍ପୁଟନିକ ଭି ଟିକା ବ୍ୟବହାର ହେଉଥିବା ବେଳେ ଆଗାମି ଦିନରେ ମଡର୍ଣ୍ଣା ମଧ୍ୟ ଟିକାକରଣ କାର୍ୟ୍ୟକ୍ରମରେ ସାମିଲ ହେବ।