ହରିଣ ଶିକାର ଅଭିଯୋଗରେ ୩ଅଭିଯୁକ୍ତଙ୍କୁ ଗିରଫ କଲା ବନ ବିଭାଗ

0

ଯୋଡ଼ା / ରମେଶ ଚନ୍ଦ୍ର ମହାପାତ୍ର: ହରିଣ ଶିକାର ଅଭିଯୋଗରେ ୩ଅଭିଯୁକ୍ତ ଙ୍କୁ ଗିରଫ କଲା ବନ ବିଭାଗ। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଡ଼ବିଲ ରେଞ୍ଜ ଅନ୍ତର୍ଗତ ସିଦ୍ଧମଠ ଜଙ୍ଗଲରେ । ହରିଣ ଶିକାର କରିବା ଅଭିଯୋଗରେ ବନ ବିଭାଗ ୩ ଅଭିଯୁକ୍ତ ଙ୍କୁ ଗିରଫ କରିଛି। ଅଭିଯୁକ୍ତ ମାନେ ହେଲେ ରୁଗୁଡି ଫ।ରମ୍ ସାହିର ମାଟୁର। ମୁଣ୍ଡା, ଜେନା ମୁଣ୍ଡା, ଓ ରଥ ମୁଣ୍ଡା ବୋଲି ଜଣାପଡିଛି ।ଏମାନେ ବ୍ୟବହାର କରିଥିବା ୭ଟି କୁରାଢି କୁ ମଧ୍ୟ ବନ ବିଭାଗ ଜବତ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ଅଭିଯୁକ୍ତ ମାନେ ସିଦ୍ଧ ମଠ ରିଜର୍ଭ ଜଙ୍ଗଲ ରୁ ହରିଣ ପ୍ରଜାତି ର କୁଟ।ରି ମାରି ମାଂସ ଘରକୁ ନେଉଥିବା ବେଳେ ବନ ବିଭାଗ ଚଢାଉ କରି ମାଂସ ଓ ସେମାନେ ବ୍ୟବହାର କରିଥିବା ୭ଟି କୁରାଢି ଓ ଫାସ କୁ ଜବତ କରିବା ସହିତ ଅଭିଯୁକ୍ତ ଙ୍କୁ ଗିରଫ କରିଥିଲା । ଏ ନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବଡ଼ବିଲ ରେଞ୍ଜର ରଞ୍ଜନ କୁମାର କ।ଲୋ ସୂଚନା ଦେଇଛନ୍ତି ।