ତିରୁମାଲା ଘାଟରେ ଚିତାବାଘକୁ ଧରିବାରେ ସଫଳ ବନବିଭାଗ

0

ଆନ୍ଧ୍ରପ୍ରଦେଶ: ସୋମବାର ସକାଳେ ତିରୁମାଲା ଘାଟରେ କୌଶଳକ୍ରମେ ଜନ୍ତା ପକାଇ ବନବିଭାଗ ଏକ ଚିତାବାଘକୁ ଧରିବାରେ ସଫଳ ହୋଇଛି । ସୋମବାର ଆନ୍ଧ୍ରପ୍ରଦେଶର ତିରୁମାଲା ଘାଟର ସପ୍ତମ ମାଇଲ ନିକଟରେ ବନବିଭାଗ ଅଧିକାରୀମାନେ ଚିତାବାଘକୁ ଫାଶ କରି ଧରିବାରେ ସଫଳ ହୋଇଛନ୍ତି। ଅଗଷ୍ଟ ଆରମ୍ଭରୁ ବନ ଅଧିକାରୀମାନେ ‘ଅପରେସନ୍ ଲିଓପାର୍ଡ’ ଆରମ୍ଭ କରିଥିବାବେଳେ ଚଳିତ ମାସର ଏହା ଚତୁର୍ଥ ବାଘକୁ କାବୁ କରାଯାଇଛି । ରାସ୍ତାରେ ଅନେକ ଚିତାବାଘଙ୍କ ଯାତାୟତକୁ ଲକ୍ଷ କରି ଏହି ଅପରେସନ ଆରମ୍ଭ କରାଯାଇଥିଲା । ଏପର୍ଯ୍ୟନ୍ତ ଯୋତେ ବାଘକୁ କାବୁୂ କରାଯାଇଛି ସେମାନଙ୍କୁ ତିରୁପତି ଶ୍ରୀ ଭେଙ୍କଟେଶ୍ୱରା ପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତର କରାଯାଇଛି। ତେବେ ବର୍ତ୍ତମାନ କାବୁ କରାଯାଇଥିବା ବାଘକୁ ମଧ୍ୟ ଶ୍ରୀ ଭେଙ୍କଟେଶ୍ୱରା ପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତର କରାଯାଇଛି ।
ଏହି ମାସ ଆରମ୍ଭରେ, ତିରୁମାଲା ମନ୍ଦିରକୁ ପାଦଦେଶ ଉପରକୁ ଯିବାବେଳେ ଦୁଇଟି ପୃଥକ ଘଟଣାରେ ଦୁଇ ପିଲାଙ୍କୁ ଚିତାବାଘ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଜଣେ ଶିଶୁ, ଜଣେ ଝିଅର ମୃତ୍ୟୁ ଘଟିଥିବାବେଳେ ଜଣେ ୫ ବର୍ଷର ବାଳକ ଆହତ ହୋଇଥିଲା। ଆଉ ଏହି ଘଟଣା ପରେ ବନ ବିଭାଗ ଚିତାବାଘକୁ କାବୁ କରିବା ପାଇଁ ଓ ତାର ଗତିବିଧି ଉପରେ ନଜର ରଖିବା ପାଇଁ ୩୦୦ ସିସିଟିଭି କ୍ୟାମେରା ଖଞ୍ଜି ଥିଲେ । ଏବଂ ଭକ୍ତଙ୍କ ସୁରକ୍ଷା ପାଇଁ ଆଗାମୀ ଦିନରେ ଆମେ ଆହୁରି ୫୦୦ ସିସିଟିଭି ଖଞ୍ଜାଯାଇଥିଲା । ଅଗଷ୍ଟ ୧୭ରେ ତିରୁମାଲା ଫୁଟୱେରେ ତୃତୀୟ ଚିତାବାଘ ଧରାଯାଇଥିଲା।