କଞ୍ଚୁରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବନ ମହୋତ୍ସବ ସପ୍ତାହ ପାଳିତ

0

ଗଞ୍ଜାମ (ରଜନୀକାନ୍ତ ପାତ୍ର) : ଜୁଲାଇ ପ୍ରଥମ ସପ୍ତାହକୁ ସମଗ୍ର ଭାରତ ବନ ମହୋତ୍ସବ ସପ୍ତାହ ଭାବେ ପାଳନ କରି ଆସୁଛି । ଏହି ପରିପ୍ରେକ୍ଷୀରେ ଆଜି ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଞ୍ଚୁରୁ ରେ ଅଧ୍ୟକ୍ଷ ଅଶୋକ କୁମାର ସେଠୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ମଦନ ମୋହନ ସେଠୀ ଓ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଓ ସ୍ଥାନୀୟ ଗ୍ରାମସେବକ ଯୋଗ ଦେଇ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ।ବିଦ୍ୟାଳୟର ଏନସିସି, ସ୍କାଉଟ,ଜୁନିୟର ରେଡ କ୍ରସ ଓ ଯୁବ ରେଡ କ୍ରସ ତରଫରୁ ସ୍ଵେଚ୍ଛାସେବୀ ମାନେ ବୃକ୍ଷରୋପଣ କରିବା ସହ ଏହାର ଯତ୍ନ ନିଜେ ବହନ କରିବେ ବୋଲି ସଂକଳ୍ପ ନେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସକ୍ରିୟ ସହଯୋଗ କରିଥିଲେ ।