ଅନ୍ତର୍ଜାତୀୟ ଜଙ୍ଗଲ ଦିବସ

0

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଜାତି ସଂଘ ଆନୁକୂଲ୍ୟରେ ୨୦୧୩ ରୁ ପ୍ରତିବର୍ଷ ମାର୍ଚ୍ଚ ୨୧ ରେ ପାଳିତ ହେଉଛି ଆନ୍ତର୍ଜାତୀୟ ଜଙ୍ଗଲ ଦିବସ ବା ଇଟରନେସନାଲ ଡ଼େ ଅଫ ଫରେଷ୍ଟସ୍ । ଜଙ୍ଜଗଲ କ୍ଷୟ ରୋକିବା ବାବଦରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ଲକ୍ଷ୍ୟ । ଉଲ୍ଲେଖଯୋଗ୍ୟ ପ୍ରତି ବର୍ଷ ୩.୨ କୋଟି ଏକର ପରିମିତ ଜଙ୍ଗଲ ନଷ୍ଟ ହେଉଛି । ଆଦ୍ୟବଧି ବଶ୍ୱର ଅଶୀ ପ୍ରତିଶତ ଜଙ୍ଗଲ ଧ୍ୱଂସ ପାଇସାରିଲାଣି । ଏହା ରୋକାଯାଇ ନ ପାରିଲେ ପୃଥିବୀ କ୍ରମଶଃ ମରୁଭୂମିରେ ପରିଣତ ହେବ । ଅଙ୍ଗାରକାମ୍ଳ ବାଷ୍ପ ସର୍ବତ୍ର ଆତଙ୍କ ସୃଷ୍ଟି କରିବ । ଜଙ୍ଗଲ ଉପରେ ୮୦ ପ୍ରତିଶତ ପଶୁ ପକ୍ଷୀ ନିର୍ଭରଶୀଳ । ବିଶ୍ୱର ଭୂ ଭାଗର ୩୦ ପ୍ରତଶତ ଜଙ୍ଗଲ । ଜଙ୍ଗଲ ୬୦ ହଜାର ପ୍ରଜାତିର ବୃକ୍ଷ ଲତା ର ବାସସ୍ଥାନ । ୧୬୦ କୋଟି ମଣିଷ ଜଙ୍ଗଲ ଉପରେ ନିର୍ଭାଶୀଳ । ନୂତନ ଜଙ୍ଗଲ ସୃଷ୍ଟିରେ ଚାଇନା ବିଶ୍ୱର ଅଗ୍ରଣୀ । ଉଳ୍ଲେଖଯୋଗ୍ୟ ଯେ କ୍ରୁର ଶାସକ ଜେଘଂସି ଖାନଙ୍କ ସେନା ହାତରେ ଚାରି କୋଟିରୁ ଅଧିକ ମଣିଷଙ୍କ ପ୍ରାଣ ଯାଇଥିଲା । ଯାହା ଦ୍ୱାରା ଏସିଆର ଅନେକ ଜଙ୍ଗଲ କୃଷି କ୍ଷେତ୍ରରେ ପରିଣତ ହେବାରୁ ରକ୍ଷା କରାଯାଇଥିଲା ।