ଆଦିବାସୀଙ୍କ ଜାଗାରେ ଗଛ ଲଗାଇଲେ ଫରେଷ୍ଟଗାର୍ଡ

0

ସୋନପୁର/ଓମପ୍ରକାଶ ମିଶ୍ର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ସୁବଳୟା ଥାନା ଅନ୍ତର୍ଗତ ବହଳପଦର ଗ୍ରାମ ପଞ୍ଚାୟତର ଭାଲୁଡୁଙ୍ଗୁରି କଲୋନୀ ପଡା ଗରିବ ଆଦିବାସୀ ଶ୍ରେଣୀର ଲୋକମାନେ ଦୀର୍ଘ ୨୦୧୨ ମସିହାରୁ ଭୂମିହୀନମାନଙ୍କୁ ସରକାରଙ୍କ ତରଫରୁ ଜଣ ପିଛା ୧୦୦ ଡିସିମିଲ ଘରଡିହ ଦିଆଯାଇଥିଲା। ବୀରମହାରାଜପୁର ବନ୍ୟାଞ୍ଚଳ ବହଳପଦର ଫରେଷ୍ଟର ଅଭିନାସ ବରିହା ଓ ତାଙ୍କ ଫରେଷ୍ଟ ଗାଡ ନିରଞ୍ଜନ ପ୍ରଧାନ ସେହି ଜାଗାକୁ ଯାଇ ସେଠାରେ ତାରଜାଲି ବାଡ ଦେଇ ଗଛ ଲଗାଇ ଦେଇଛନ୍ତି। ଏଥିପ୍ରତି ପ୍ରଶାସନର ନିଘା ନାହିଁ। ସେହି ଜାଗାଟି ହେଲା ମୌଜା ବାଲିମାଲ, ଖାତା ନମ୍ବର- ୯ ,ପ୍ଳଟ ନମ୍ବର- ୭,କିଶମ ବସ୍ତି ଯୋଗ୍ୟ ଘରଡିହ। ଘରଡିହ ପାଇଥିବା ୧୬ ଜଣ ଆଦିବାସୀ ଶ୍ରେଣୀର ଲୋକ ହେଲେ ଶ୍ରୀରାମ ମୁଣ୍ଡା, ବିଭିଶଣ ମୁଣ୍ଡା, ଅର୍ଜୁନ ମୁଣ୍ଡା, ମହେନ୍ଦ୍ର ମୁଣ୍ଡା, ରଞ୍ଜିତ ମୁଣ୍ଡା, ଲକ୍ଷ୍ମୀ ମୁଣ୍ଡା, କୁଶଭୋଇ,ଲବ ଭୁଇ,ହରଶ ଭୁଇ,ରାଜୁ ମୁଣ୍ଡା ଜିଲ୍ଲାପାଳ ଙ୍କୁ ଓ ଫରେଷ୍ଟରଙ୍କୁ ଅଭିଯୋଗ କରିଛନ୍ତି।