ଗିରାଙ୍ଗ ଗ୍ରାମରେ ନୂତନ ଗ୍ରାମ କମିଟି ଗଠନ

0

ଅନୁଗୋଳ : ବଅଁରପାଳ ବ୍ଲକ ଅନ୍ତର୍ଗତ ଗିରାଙ୍ଗ ଗ୍ରାମର ନୂତନ ଗ୍ରାମ କମିଟି ଗଠନ କରାଯାଇଛି । ସୂଚନା ଯେ ଆଜକୁ ପ୍ରାୟ ପାଞ୍ଚ ବର୍ଷ ହେବ ଏକ ଗ୍ରାମ କମିଟି କାର୍ଯ୍ୟ କରିଆସୁଥିଲା । ଗ୍ରାମ କମିଟି ର ନିୟମାନୁସାରେ ଦୁଇ ବର୍ଷରେ ଥରେ ଗ୍ରାମ କମିଟି ପରିବର୍ତ୍ତନ ର ନିୟମ ରହିଛି । କିନ୍ତୁ କୌଣସି କାରଣ ବଶତଃ ପୁରୁଣା ଗ୍ରାମ କମିଟି ଟି ପ୍ରାୟ ପାଞ୍ଚ ବର୍ଷ ଧରି କାର୍ଯ୍ୟ କରି ଆସୁଥିଲା । ତେବେ ଗ୍ରାମବାସି ଙ୍କ ସହମତି କ୍ରମେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ଗ୍ରାମ ବାସୀଙ୍କ ଉପସ୍ଥିତି ରେ ନୂତନ ଗ୍ରାମ କମିଟି ଗଠନ କରାଯାଇଛି । ନୂତନ ଗ୍ରାମ କମିଟି ରେ ସଭାପତି ଭାବେ ଦୁଃଖବନ୍ଧୁ ଗଡନାୟକ , କାର୍ଯ୍ୟକାରୀ ସଭାପତି ରଞ୍ଜନ ନାଏକ , ଉପ ସଭାପତି ଶରତ ଦେହୁରୀ , ସାଧାରଣ ସମ୍ପାଦକ ପ୍ରଭାକର ଦେହୁରୀ , ସହ ସମ୍ପାଦକ ଜଗବନ୍ଧୁ ବେହେରା , କୋଷାଧ୍ୟକ୍ଷ ସୌମ୍ୟ ରଞ୍ଜନ ସାହୁ, ସହ କୋଷାଧ୍ୟକ୍ଷ ଟିକନ ବେହେରାଙ୍କୁ ମନୋନୀତ କରାଯାଇଥିଲା । ତେବେ ଗ୍ରାମର ବିଭିନ୍ନ ସମସ୍ୟା କିଭଳି ଭାବରେ ଦୁରକରାଯାଇ , ଗ୍ରାମର ଉନ୍ନତି କରାଯାଇପାରିବ ସେ ଦିଗରେ କାମକରିବାକୁ ନବନିଯୁକ୍ତ ପଦାଧିକାରୀ ମାନେ ମତ ପ୍ରକାଶ କରିଥିଲେ ।