ବାର୍କ ପୂର୍ବତନ ସିଇଓଙ୍କ ଜାମିନ ଖାରଜ

0

ମୁମ୍ବାଇ: ମୁମ୍ବାଇର ଏସପ୍ଲାନେଡ କୋର୍ଟ ସୋମବାର ଦିନ ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ (ବାର୍କ) ପୂର୍ବତନ ସିଇଓ ପାର୍ଥ ଦାଶଗୁପ୍ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି । ଟିଆରପି ସ୍କାମରେ ଦାଶଗୁପ୍ତା ଗତବର୍ଷ ଶେଷ ଆଡକୁ ଗିରଫ ହୋଇଥିଲେ । ଡିସେମ୍ବର ୩୦ରେ ଦାଶଗୁପ୍ତାଙ୍କୁ କୋର୍ଟ ୧୪ ଦିନିଆ ନ୍ୟାୟିକ ହାଜତକୁ ପଠାଇଦେଇଥିଲେ । ୨୪, ଡିସେମ୍ବର ୨୦୨୦ରେ ସେ ପୁନେରୁ ଗିରଫ ହୋଇଥିଲେ ।
ମୁମ୍ବାଇ ପୁଲିସ ପୂର୍ବରୁ ରିପବ୍ଲିକ ଟିଭି ସିଇଓ ବିକାଶ କାଞ୍ଚନଦାନିଙ୍କୁ ଟିଆରପି ମାନୁପୁଲେସନରେ ଗିରଫ କରିଥିଲା । ପରେ ତାଙ୍କୁ ଜାମିନ ମିଳିଥିଲା । ସେହିପରି ରିପବ୍ଲିକ ଟିଭି ଚ୍ୟାନେଲର ବିତରଣ ମୁଖ୍ୟ ଓ ସହକାରୀ ଉପସଭାପତି ଘନଶ୍ୟାମ ସିଂହଙ୍କୁ ମଧ୍ୟ ଏହି ଘୋଟାଲାରେ ଗିରଫ କରାଯାଇଥିଲା ।
ଅକ୍ଟୋବରରେ ମୁମ୍ବାଇ ପୁଲିସ ୪ ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ମଧ୍ୟରେ ୨ ଜଣ ପୂର୍ବତନ ବଜାର ଅନୁଧ୍ୟାନ କର୍ମଚାରୀ ଓ ଦୁଇ ଚ୍ୟାନେଲର ମାଲିକ ଥିଲେ । ଏହି ଘୋଟାଲାରେ ପୁଲିସ ଏକାଧିକ ଚ୍ୟାନେଲ ନାମରେ ଅଭିଯୋଗ ଫାଇଲ କରିଥିଲା ।