ବିବାହ କରିବେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ଆସନ୍ତା ୧୨ ତାରିଖରେ ଗୋଆସ୍ଥିତ ପାଞ୍ଜିମରେ ତାଙ୍କ ବିବାହ ଉତ୍ସବର ଆୟୋଜନ କରାଯାଇଛି । କେନ୍ଦ୍ରାପଡ଼ାର ଝିଅ ସୁଶ୍ରୀ ସଙ୍ଗୀତା ସାହୁଙ୍କୁ ସହ ତାଙ୍କର ଶୁଭ ପରିଣୟ ହେବାକୁ ଯାଉଛି ।
ଉଭୟ ପ୍ରଦୀପ ଓ ସୁଶ୍ରୀଙ୍କ ପରିବାର, ପ୍ରଦୀପଙ୍କ କିଛି ଅନ୍ତରଙ୍ଗ ବନ୍ଧୁ ଓ ପରିଜନଙ୍କୁ ନେଇ ଏହି ବିବାହ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି ।
ତାଙ୍କର ଭାବି ସ୍ତ୍ରୀ ଜଣେ ପୂର୍ବତନ ସାମ୍ବାଦିକା ଯିଏ ଖବରକାଗଜ ଏବଂ ଟେଲିଭିଜନ ଚ୍ୟାନେଲରେ କାମ କରିଛନ୍ତି। ସେ ରାଜଧାନୀର ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତା କରିଛନ୍ତି।
୨୦୦୯ରେ କଂଗ୍ରେସରୁ ଟିକେଟ ନେଇ ମାଝି ଓଡିଶାର ନବରଙ୍ଗପୁର ନିର୍ବାଚନମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏହାପୂର୍ବରୁ ସେ ନବରଙ୍ଗପୁର ଜିଲ୍ଲା ପରିଷଦର ସଭାପତି ଥିଲେ।
୨୦୨୧ ମସିହାରେ କଂଗ୍ରେସ ଦଳ ଛାଡିବା ପରେ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ବିଜୁ ଜନତା ଦଳ (BJD) ରେ ଆଦିବାସୀ ନେତା ଯୋଗ ଦେଇଥିଲେ।