ବିଷମ କଟକ/ରବିନ୍ଦ୍ର କୁମାର ସାହୁ : ରାୟଗଡ଼ା ଜିଲ୍ଲା ବିଷମ କଟକ ଠାରେ ବିଜୁ ଜନତା ଦଳ ପକ୍ଷରୁ ବେଶ୍ ଧୂମଧାମରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତି ପାଳନ କରାଯାଇଛି। ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ସ୍ଥାନୀୟ କର୍ମକର୍ତ୍ତାଙ୍କ ଦ୍ଵାରା ବିଜୁବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ I କାର୍ଯ୍ୟକ୍ରମରେ ବିଷମକଟକ ନିର୍ବାଚନମଣ୍ଡଳୀ ବହୁ ସଂଖ୍ୟାରେ ବିଜେଡି କର୍ମୀ ସାମିଲ ହୋଇ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । କାର୍ଯ୍ୟକ୍ରରେ ବିଭିନ୍ନ ବ୍ଲକରୁ ଆସିଥିବା ବିଜେଡି ନେତୃମଣ୍ଡଳୀ ବିଜୁ ପଟ୍ଟନାୟକଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ନାମରେ ନାମିତ ବିଜୁ ଜନତା ଦଳର ଆଗାମୀ ଦିନରେ ହୋଇଥିବା ଜନହିତକାରି ଯୋଜନା ସମ୍ବନ୍ଧରେ ଲୋକଙ୍କୁ ଅବଗତ କରାଇଥିଲେ । ପରିଶେଷରେ କର୍ମ କର୍ତ୍ତା ମାନେ ବିଷମ କଟକ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଯାଇ ସେଠାରେ ରୋଗୀଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ଦେବୀ ପଟନାୟକ, ଚିନା ପଟନାୟକ, ଡି ଶିବା ଦେଶାଇ, ଟୁଟୁ ପଣ୍ଡା, ଅସ୍ପିନୀ ପଲକା, କୈଳାଶ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ ।