ବ୍ୟୁରୋ : ଓଡ଼ିଶାର ଖଇରାପମ୍ ଧନମଞ୍ଜରୀ ଦେବୀ ହଂକଂରେ ଏସୀୟ କାନୋସ୍ପ୍ରିଣ୍ଟ ପ୍ରତିଯୋଗିତାରେ ପାଇଲେ ସ୍ଵର୍ଣ୍ଣ ପଦକ। ସେ ମହିଳା କେ-୧୧୦୦୦ ମିଟର ଇଭେଣ୍ଟରେ ଏହି ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ଭାଗ ନେଇ ଓଡିଶା ଫେରିବା ପରେ ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ରାଜ୍ୟ ଓ ଦେଶ ପାଇଁ ସ୍ଵର୍ଣ ଜିତି ଗୌରବ ଆଣିଥିବାରୁ ତାଙ୍କୁ ପ୍ରଶଂସା କରିଥିଲେ ଲୋକେ। ଧନମଞ୍ଜରୀ ଦେବୀ ହେଉଛନ୍ତି ଜଗତପୁର ଜଳକ୍ରୀଡ଼ା କେନ୍ଦ୍ରର ପ୍ରଶିକ୍ଷାର୍ଥୀ । ଏହି ସଫଳତା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନମଞ୍ଜରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଜ୍ୟର କ୍ରୀଡ଼ା ପ୍ରତିଭାଙ୍କୁ ନବୀନ ସର୍ବଦା ପ୍ରୋତ୍ସାହିତ କରି ଆସିଛନ୍ତି ।
Congratulate #Odisha’s Khwairakpam Dhanamanjuri Devi on winning #Gold medal in the U23-1000m category at the Asian Cup Canoe Competition, Hong Kong (Sprint & Marathon). May she continue the winning momentum and bring glory for the state. Best wishes. #OdishaForSports pic.twitter.com/Cbk4lJn5fC
— Naveen Patnaik (@Naveen_Odisha) January 10, 2025
ନବୀନଙ୍କ ପ୍ରୟାସ ପାଇଁ ରାଜ୍ୟର ଅନେକ କ୍ରୀଡ଼ା ପ୍ରତିଭା ଜାତୀୟ, ଅର୍ନ୍ତଜାତୀୟ ସ୍ତରରେ ରାଜ୍ୟ ପାଇଁ ଅନେକ ସୁନାମ ଆଣିଛନ୍ତି । ସେହିପରି ଓଡ଼ିଶା କାୟାକିଂ ଓ କାନୋଇଂ ସଂଘ ମଧ୍ୟ ଧନମଞ୍ଜରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।